ସର୍ବଭାରତୀୟ ସିଭିଲ୍ ସର୍ଭିିସ ଚେସ୍‌ ପ୍ରତିଯୋଗିତା

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌) : ଚଳିତବର୍ଷ ସର୍ବଭାରତୀୟ ସିଭିଲ୍ ସର୍ଭିସ ଚେସ୍ ପ୍ରତିଯୋଗିତା ବିହାରର ରାଜଧାନୀ ରାଞ୍ôଚଠାରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତା ତା ୨୦.୦୨.୨୦୨୦ରୁ ଆରମ୍ଭ ହୋଇ ତା ୨୮.୦୨.୨୦୨୦ ରିଖରେ ସମାପ୍ତ ହେବ । ଏହି ପ୍ରତିଯୋଗିତାରେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଛଅଜଣ ପୁରୁଷ ଓ ଛଅଜଣ ମହିଳା କର୍ମଚାରୀ ଅଂଶଗ୍ରହଣ କରିପାରିବେ । ତେଣୁ ଉକ୍ତ ବାରଜଣ ପ୍ରତିଯୋଗୀଙ୍କୁ ଚୟନ କରିବା ନିମିତ୍ତ ରାଜ୍ୟସ୍ତରୀୟ ଚୟନ ପ୍ରତିଯୋଗିତା ଆସନ୍ତା ତା ୩୦.୦୧.୨୦୨୦ରିଖ ସକାଳ ୯ ଘଟିକା ସମୟରେ ଓଡ଼ିଶା ସଚିବାଳୟ ରିକ୍ରିଏସନ କ୍ଲବ, ୟୁନିଟ୍‌-୨, ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ । ଇଚ୍ଛୁକ ସରକାରୀ କର୍ମଚାରୀ (ନିୟମିତ) ତଥା ଚେସ୍ ଖେଳାଳିମାନେ ତା ୨୮.୦୧.୨୦୨୦ରିଖ ମଧ୍ୟରେ ଓଡ଼ିଶା ସେକ୍ରେରାଟିଏଟ ଚେସ୍ ଆସୋସିଏସନର ସାଧାରଣ ସମ୍ପାଦକ ଶ୍ରୀ ସୁନୀଲ କୁମାର ସେଠୀଙ୍କୁ ମୋ : ୯୪୩୭୪୯୦୭୮୩ରେ ଜଣାଇବେ । କାର୍ଯ୍ୟାଳୟ ପରିଚୟ ପତ୍ର, ସେବା ପୁସ୍ତିକାର ପ୍ରଥମ ପୃଷ୍ଠାର ନକଲ, ଗୋଟିଏ ପାସପୋର୍ଟ ଫଟୋ ଏବଂ ଖେଳ ସାମଗ୍ରୀ ସାଙ୍ଗରେ ଆଣିବା ପାଇଁ ଆସୋସିଏସନର ସ୍ପୋର୍ଟସ୍ ସେକ୍ରେଟାରୀ ଶ୍ରୀ ସତୀଶ ଚନ୍ଦ୍ର ସିଂହ, ମୋ : ୯୭୭୬୨୦୮୪୫୪ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ