ଭଞ୍ଜନଗର ଆଞ୍ଚଳିକ ସଂଗଠନ ନିର୍ବାଚନ ଅନୁଷ୍ଠିତ
ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍): ଓଡିଶା ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘ ଗଞ୍ଜାମ ଶାଖାର ଭଞ୍ଜନଗର ଆଞ୍ଚଳିକ ସଂଗଠନ ନିର୍ବାଚନ ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ସ୍ଥିତ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଭାତ କୁମାର ଖଟେଇଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ସମ୍ପାଦକ ରାମପ୍ରସାଦ ପାଢୀ, ସହସମ୍ପାଦକ ଦୟାନିଧି ପାଢୀ, ଉପଦେଷ୍ଟା ବୁନ୍ଦାବନ ସାହୁ ଏବଂ ରାଜ୍ୟପ୍ରତିନିଧି ନରେନ୍ଦ୍ର ନାୟକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିବାବେଳେ ସ୍ଥାନୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ମୁଖ୍ୟଅତିଥି ରୂପେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ଆଠଟି କ୍ଲବର କର୍ମକର୍ତ୍ତା ଉପସ୍ଥିତ ରହି ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ। ସର୍ବସମ୍ମତି କ୍ରମେ ସଭାପତି ଭାବେ ସୁକାନ୍ତ କୁମାର ବିଷୋୟୀ, ସମ୍ପାଦକ ବିଦେଶୀ ସାହୁ ଓ ସଙ୍ଗଠନ ସମ୍ପାଦକ ଭାବେ ରବୀନ୍ଦ୍ର କୁମାର ପଣ୍ଡା ନିର୍ବାଚିତ ହୋଇଥିଲେ । ବ୍ଲକ ଗ୍ରାଣ୍ଟ ,ଗ୍ରାଣ୍ଟ ଇନ ଏଡ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ଦରମା ପ୍ରଦାନରେ ବିଳମ୍ବ ପାଇଁ କ୍ଷୋଭ ପ୍ରକାଶ କରାଯାଇଥିଲା । ପ୍ରତ୍ୟେକ ମାସର ୧ତାରିଖ ଦିନ ଦରମା ପ୍ରଦାନ ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରିବା ନିମନ୍ତେ ସାମୂହିକ ନିଷ୍ପତି ନିଆଯାଇ ଥିଲା। କାର୍ଯ୍ୟକ୍ରମରେ ଗାଙ୍ଗପୁର ଏବଂ ଖଇରପୁଟି ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀ ପ୍ରମୁଖ ସହଯୋଗ କରିଥିବାବେଳେ ସର୍ବଶେଷରେ ଶରତ ଚନ୍ଦ୍ର ବରାଡ଼ ଧନ୍ୟବାଦ ଅର୍ପଣ କରିଥିଲେ।


