ବ୍ଲକ୍‌ସ୍ତରୀୟ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ରାଜ୍ୟ ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲିଥିବା ‘ସେବା ସଂକଳ୍ପ ଅଭିଯାନ’ ଅବସରରେ ବେଲଗୁଣ୍ଠା ବ୍ଲକ୍‌ସ୍ତରୀୟ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ବେଲଗୁଣ୍ଠା ନୋଡାଲ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀ ଲୋପାମୁଦ୍ରା ରଥଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟରୁ ପ୍ରଥମରୁ ପଞ୍ଚମ, ଷଷ୍ଠରୁ ନବମ ଏବଂ ଦଶମରୁ ଦ୍ୱାଦଶ ଶ୍ରେଣୀ ବର୍ଗର ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ‘ବିକଶିତ ଭାରତ’ ଓ ‘୨୫ ବର୍ଷର ସେବା’ ବିଷୟବସ୍ତୁକୁ ନେଇ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ହୋଇଥିଲା। ଚିତ୍ରାଙ୍କନରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ବର୍ଗରେ ଲୁଦୁଲୁଦି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ ଲିପ୍ସା ରାଣୀ ସ୍ୱାଇଁ, ଷଷ୍ଠରୁ ନବମ ବର୍ଗରେ ଇଙ୍ଗିନାଠି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ସାଇଶ୍ରୀ ପ୍ରସାଦ ଏବଂ ଦଶମରୁ ଦ୍ୱାଦଶ ବର୍ଗରେ ନେଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର ଦଶମ ଶ୍ରେଣୀ ଛାତ୍ରୀ ସ୍ୱାଗତିକା ବେହେରା ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସେହିପରି ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ବର୍ଗରେ ବାଲିଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ ନୀଲମ୍ ପାତ୍ର, ଦ୍ୱିତୀୟ ବର୍ଗରେ ଇଙ୍ଗିନାଠି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ସ୍ୱାତୀ କୁମାରୀ ରାଉତ ଏବଂ ତୃତୀୟ ବର୍ଗରେ ନେଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର ଦଶମ ଶ୍ରେଣୀ ଛାତ୍ରୀ ରଶ୍ମି ନାୟକ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। କାର୍ଯ୍ୟକ୍ରମରେ ସହ ଗୋଷ୍ଠୀ ଶିକ୍ଷାଧିକାରୀ ସୀମାଞ୍ଚଳ ଜାନି, ପ୍ରଶାନ୍ତ କୁମାର ପଟ୍ଟନାୟକ, ସନ୍ତୋଷ କୁମାର ପାତ୍ରଙ୍କ ସମେତ ସମସ୍ତ ସିଆରସିସି ସହଯୋଗ କରିଥିଲେ। ଛାତ୍ରଛାତ୍ରୀଙ୍କ ଏହି ସୃଜନଶୀଳ ଓ ବୌଦ୍ଧିକ ପ୍ରତିଭା ପ୍ରଦର୍ଶନ ସେବା ସଂକଳ୍ପ ଅଭିଯାନର ଉଦ୍ଦେଶ୍ୟକୁ ଆହୁରି ସାର୍ଥକ କରିଥିବା କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ