ମାଣିତରାରେ ମୋ ଗେହ୍ଲା ଝିଅ ଓ ରାଷ୍ଟ୍ରୀୟ କନ୍ୟା ଶିଶୁ ସପ୍ତାହ ପାଳିତ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌):: ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଅଙ୍ଗନାବାଡି କେନ୍ଦ୍ର ୫ ରେ ପଞ୍ଚାୟତ ସ୍ତରୀୟ ମୋ ଗେହ୍ଲା ଝିଅ ଓ ରାଷ୍ଟ୍ରୀୟ କନ୍ୟା ଶିଶୁ ସପ୍ତାହ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ସୁପରଭାଇଜର ରଶ୍ମିରେଖା ହାଂସଦାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଶିକ୍ଷାବିତ ତଥା ସାମ୍ବାଦିକ ଅନିଲ କୁମାର ମହାରଣା, ମାଣିତରା ନାଏବ ସରପଞ୍ଚ କାଳୁ ଚରଣ ପ୍ରଧାନ ଯୋଗଦେଇ କନ୍ୟା ସନ୍ତାନ ଜନ୍ମ ହାର କମିବା ନେଇ ଉଦବେଗ ପ୍ରକାଶ କରବା ସହ ମହିଳା ମାନେ ପୁରୁଷ ମାନଙ୍କ ଠାରୁ କୌଣସି ଗୁଣରେ କମ ନଥିବା ନେଇ ବିଭିନ୍ନ ଉଦାହରଣ ଉପସ୍ଥାପନ କରିଥିଲେ।ଏହି ଅବସରରେ ପଞ୍ଚାୟତର ଚାରିଜଣ କନ୍ୟା ଶିଶୁଙ୍କ ମାଆ ମାଣିତରାର ଝୁନୁ ନାହାକ ଓ ରୀନା ସାମଲ, ମକରାପଲ୍ଲୀର ରୁନୁ ଗୌଡ଼ ଏବଂ ମଙ୍ଗରାଜପୁରର ମିତା ବେହେରାଙ୍କୁ ବନ୍ଦାପନାକରି ଗେହ୍ଲା ଝିଅ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କିଶୋରୀ ମାନଙ୍କ ମଧ୍ୟରେ ଝୋଟି ଓ ମ୍ୟୁଜିକାଲ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଅଙ୍ଗନାବାଡି କର୍ମୀ ଆରତୀ ବେହେରା, ପଦ୍ମାବତୀ ବିଶ୍ୱାଳ, ପୁଷ୍ପାଞ୍ଜଳି ମହାରଣା, ରଶ୍ମିତା ନାୟକ, ରୁବିତା ବେହେରା, ସଂଯୁକ୍ତା ଗୌଡ଼ ଓ ଝୁନୁଲତା ଗୌଡ଼ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ