ଗ୍ରାସୀମ ତରଫରୁ ପୋଡମପେଟାରେ ସ୍ଵାସ୍ଥ୍ୟ ସେବା ଶିବିର
ଗଞ୍ଜାମ – ଗଞ୍ଜାମ ବ୍ଲକ ଅନ୍ତର୍ଗତ ନୁଆ ପୋଡ଼ମପେଟା ଗ୍ରାମରେ ମାଗଣାରେ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାସୀମ ଇଣ୍ଡଷ୍ଟ୍ରି ତରଫରୁ ଆୟୋଜିତ ଏହି ମାଗଣାସ୍ଵାସ୍ଥ୍ୟ ଶିବିରକୁ ସ୍ଥାନୀୟ ସରପଞ୍ଚ ଦିଲ୍ଲୀପ କୁମାର ଛୋଟରାୟ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ରୂପେ ଗ୍ରାସୀମ ର ଡିଜିଏମ ରବୀନ୍ଦ୍ର କୁମାର ମହାନ୍ତି, ପ୍ରବୀଣ କୁମାର ଦାସ, ବିଶିଷ୍ଟ ଶିକ୍ଷାବିତ ବିଜୟ କୁମାର ବିଶ୍ୱାଳ, ପୂର୍ବା ଟ୍ରଷ୍ଟ ର ଏମ.ଡି ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ଯୋଗଦେଇଥିଲେ । ସିଏସଆର ଅଧିକାରୀ ଶୁଶାନ୍ତ କୁମାର ଦାସ ଙ୍କ ତତ୍ୱାବଧନରେ ଏହି ଶିବିରରେ ମେଡିସିନ ଡାକ୍ତର ଧବେଳେଶ୍ୱର ମେହେର, ଶିଶୁ ବିଭାଗର ସୁପର ସ୍ପେସିଆଲିଷ୍ଟ ପ୍ରଜ୍ଞା ପାଣିଗ୍ରାହୀ, ଗ୍ୟାଷ୍ଟଲୋଜି ଚିତ୍ତରଞ୍ଜନ ଖାଟୁଆଳ, ରିନାମେହେର ପ୍ରମୂଖ ଡାକ୍ତର ଯୋଗ ଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ବେଳେ ମାଗଣାରେ ଔଷଧ ବଣ୍ଟନ କରିଥିଲେ । ଏହି ଶିବିରରେ ୬୮୦ ଜଣ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।


