ଗଞ୍ଜାମ ବ୍ଲକ ରେ ଜାତୀୟ କନ୍ୟା ଦିବସ ପାଳିତ
ଗଞ୍ଜାମ – ଗଞ୍ଜାମ ବ୍ଲକ ସଭା କକ୍ଷ ଠାରେ ସମନ୍ନିତ ଶିଶୁ ବିକାଶ ବିଭାଗ ତରଫରୁ ଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି । ସିଡିପିଓ ସଲିଳା ପ୍ରଧାନ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ବିଡ଼ିଓ ଜ୍ୟୋତି ଶଙ୍କର ରାୟ ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲାରେ ଝିଅ ସଂଖ୍ୟା ରେ ଅନୁପାତିକ ବୃଦ୍ଧି ପାଇଛି । ପୁଅ ମାନଙ୍କୁ ଯେତିକି ଗୁରୁତ୍ୱ ଦେଉଛଝିଅ ମାନଙ୍କୁ ବି ସେତିକି ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଝିଅ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ରତ୍ନ ଯୋଜନା ପ୍ରଚଳନ କରିଥିବା କହିଥିଲେ । ସମ୍ମାନୀତ ଅତିଥି ରୂପେ ଗଞ୍ଜାମ ମେଡିକାଲ ଅଫିସର ଡାକ୍ତର ପ୍ରିୟଦର୍ଶନୀ ରାଉତରାୟ ଯୋଗ ଦେଇ ଦିନ ଥିଲା ଝିଅ ମାନେ ରୋଷେଇ ସାଳରେ ସୀମିତ ଥିବା ବେଳେ ଆଜିର ଦିନରେ ଝିଅ ମାନେ ଚନ୍ଦ୍ର ପୃଷ୍ଟ କୁ ଯାଇ ଗବେଷଣା କଲେଣି । ପୁଅ ଓ ଝିଅ ମଧ୍ୟରେ ତଫାତ ନରଖି ଝିଅ ମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଦେବାକୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁପରଭାଜର ରାଜେଶ୍ୱରି ବେହେରା, କଳାବତୀ ବେହେରା, ଭାରତୀ ବ୍ରହ୍ମା, ସୁମିତା ଦାସ, ମିଶନ ଶକ୍ତି ର ବିପିସି ଚନ୍ଦନ କୁମାର ପାଢ଼ୀ , ମୁଖ୍ୟ କିରାଣୀ ଦେବୀ ପ୍ରସାଦ ଦାସ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ୟ୍ୟକ୍ରମ ରେ ଅଙ୍ଗନା ବାଡ଼ି କର୍ମୀ, ଆଶା କର୍ମୀ, ମହିଳା ସଙ୍ଘ ଉପସ୍ଥିତ ଥିଲେ ।


