ଜାତୀୟ ଭୋଟର ଦିବସ ପାଳିତ-ଶପଥ ନେଲେ ଅଧିକାରୀ ଓ କର୍ମଚାରୀ

ଚମ୍ପୁଆ: ଚମ୍ପୁଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ରହି ଶପଥ ଗ୍ରହଣ କରିଛନ୍ତି । ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ବଜାୟ ରଖିବା ସହ ମୁକ୍ତ, ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗରିମାକୁ ଅକ୍ଷୁର୍ଣ୍ଣ ରଖି, ନିର୍ଭୀକ ହୋଇ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ଭାଷା ଅଥବା ଅନ୍ୟ କୌଣସି ପ୍ରଲୋଭନରେ ପ୍ରଭାବିତ ନ ହୋଇ ପ୍ରତିଟି ନିର୍ବାଚନରେ ନିଜ ମତାଧିକାରର ପ୍ରୟୋଗ କରିବାକୁ ସମସ୍ତେ ଶପଥ ପାଠ କରିଥିଲେ । ଉକ୍ତ ଶପଥ ପାଠ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳଙ୍କ ସମେତ ତହସିଲଦାର ଆଲୋକ କୁମାର ପଟେଲ, ସହକାରୀ ଜିଲ୍ଲାପାଳ ସପନ କୁମାର ସାହୁ ଓ ଚାରୁଲତା ସିଂ, ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ବିଜୟ କୁମାର ଗିରି, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟନ୍ତ କୁମାର ନାଏକ, ବରିଷ୍ଠ କର୍ମଚାରୀ ରାଜେନ୍ଦ୍ର ଦାଶ, ନିର୍ବାଚନ ବିଭାଗର ସେକ୍ସନ୍ ଅଫିସର ରଂଜନ କୁମାର ପାତ୍ରଙ୍କ ସମେତ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ