ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଚେତନତା କାର୍ଯ୍ୟକ୍ରମ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବନ୍ତ ପଞ୍ଚାୟତରେ ସରପଞ୍ଚ କୃପାସିନ୍ଧୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଭୁଦତ୍ତ ପାତ୍ର, ନୋଡାଲ ଅଫିସର ରବିନ୍ଦ୍ର ସ, ପଞ୍ଚାୟତ କର୍ମଚାରୀ ହରିହର ଜେନା, ଜିଆରଏସ ବିନିତା ନାୟକଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।