ବେଲଗୁଣ୍ଠାରେ ସାଧାରଣ ତନ୍ତ୍ର ଦିବସ ପାଳିତ

ବେଲଗୁଣ୍ଠା – ବେଲଗୁଣ୍ଠା ସହର ତଥା ବ୍ଲକର ବିଭିନ୍ନ ଶିକ୍ଷ୍ୟା ଅନୁଷ୍ଟାନ ଯୁବକ ସଂଘ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଜାଇଛି । ଏନ୍‌.ଏ.ସି ସ୍ତରୀୟ ହାଇ ସ୍କୂଲ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସୋରଡା ବିଧାୟକ ପୂର୍ଣଚନ୍ଦ୍ର ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିବାଦନ ଗ୍ରହଣ କରିବା ସହ ପତାକା ଉତ୍ତୋଳନ କରିଥିଲେ । ସହରର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀଙ୍କ ପକ୍ଷରୁ ପ୍ୟାରେଡ୍ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କୃତିତ୍ତ୍ୱ ହାସଲ କରିଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ । ଅନ୍ୟତମ ଅତିଥି ରୂପେ ବିଡିଓ ତଥା ତହସିଲଦାର ସରୋଜ କୁମାର ବେହେରା, ସାଂସଦଙ୍କ ପ୍ରତିନିଧି ପ୍ରଶାନ୍ତ ନାୟକ, ପୂର୍ବତନ ଉପ ନଗରପାଳ ପ୍ରଶାନ୍ତ ସାହ, ବରିଷ୍ଟ ଆଇନଜୀବି ସନ୍ତୋଷ ପଣ୍ଡା, ସମାଜସେବୀ ଦେବୀ ପ୍ରସାଦ ପାତ୍ର,. ଆଲୋକ ସାହାଣୀ, ଓ ବହୁ ପୁରାତନ କାଉନଶିଂଲର ଓ ଅଂଚଳ ବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ