ହାତୀଓଟ ନୋଡାଲ ହାଇ ସ୍କୁଲ ବାର୍ଷିକ ଉତ୍ସବ
ପୋଲସରା – ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାର୍ଷିକୋତ୍ସବକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାଶ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ହାତୀଓଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସ୍ମିତାରାଣୀ ନାୟକ, ପୋଲସରା ଏବିଇଓ ବ୍ରହ୍ମାନନ୍ଦ ରଥ, ଜିଲ୍ଲା ପରିଷଦ ସଭ୍ୟ ଜଗନ୍ନାଥ ବେହେରା,ସରପଞ୍ଚ ନାରାୟଣ ସେଠୀ, ସମିତି ସଭ୍ୟା ପ୍ରତିନିଧି ମୁନା ନାୟକ ପ୍ରମୁଖ ଯୋଗ ଦେଇଥିଲେ। ବ୍ଲକ ଟପର ହୋଇଥିବା ଛାତ୍ରୀ ଶ୍ରୁତିରାଣୀ ମିଶ୍ରଙ୍କ ସମେତ ଅନ୍ୟାନ କୃତି ପ୍ରତିଯୋଗୀଙ୍କୁ ବିଧାୟକ ଓ ଅନ୍ୟ ଅତିଥି ବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ। ପରିଚାଳନା କମିଟିର ସଦସ୍ୟ ଓ ଅଭିଭାବକ ବୃନ୍ଦ ଏହି କ।ର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।