ରାଇରଙ୍ଗପୁରରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ଆନୁକୁଲ୍ୟରେ ସମୀକ୍ଷା ବୈଠକ ୨୦୧୯

ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): ମଙ୍ଗଳବାର ଦିନ ପୂର୍ବାହ୍ନରେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ଆନୁକୁଲ୍ୟରେ ସମୀକ୍ଷା ବୈଠକ-୨୦୧୯ ରାଇରଙ୍ଗପୁର ଡିଏଫଓ ଡଃ ଅରୁଣ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଶୋକ ପଟ୍ଟନାୟକ, ରାଇରଙ୍ଗପୁର ଆଦିବାସୀ ସମନ୍ଵିତ ପ୍ରକଳ୍ପ ପ୍ରଶାସକ ଅନନ୍ତ ନାରାୟଣ  ସିଂ ଲାଗୁରୀ,ଜଳବିଭାଜିକା ପ୍ରକଳ୍ପ ପ୍ରଶାସକ ଶୁଭେନ୍ଦୁ ଦାସ, ଅବୈତନିକ ସିମିଳିପାଳ ବନ୍ୟପ୍ରାଣୀ ସୁରକ୍ଷା ସଦସ୍ୟ ପ୍ରଦୀପ୍ତ କବି, କଥାକାର ଲଳିତ ମହାନ୍ତ, ବିଜାତଳା, ବ୍ଲକ ବିଡିଓ,ଜାମୁଦା ବ୍ଲକ ବିଡିଓ, ଆସିଷ୍ଟାଣ୍ଟ କଲେକ୍ଟର, ଅତିରିକ୍ତ ଜିଲ୍ଲା  ଉଦ୍ୟାନ ଅଧିକାରୀ ମାନସିଂ ସୋରେନ୍,କୃଷି ଅଧିକାରୀ ,ପ୍ରାଣୀ ଚିକିତ୍ସକ, ଜିଲ୍ଲା ନିଯୁକ୍ତି ଅଧିକାରୀ ,ବିଷୟ ଭିତ୍ତିକ ବିଶେଷଜ୍ଞ ତ୍ରିନାଥ ରାୟ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।ଏଥରେ ରାଇରଙ୍ଗପୁର, ବହଳଦା, ବାଦାମ ପାହାଡ଼,ମଣଦା ଏବଂ ବିଶୋଇ କ୍ଷେତ୍ରରେ କାର୍ଯ୍ୟରତ ବନସୁରକ୍ଷା ସମିତିର କର୍ମକର୍ତ୍ତା, ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ଯା ମାନେ ଉପସ୍ଥିତ ଥିଲେ । ଅତିଥି ଗଣ ଉଜୁଡା ଜଙ୍ଗଲକୁ ସବୁଜିମା କରିବା, ଜଙ୍ଗଲରେ ମୃତ୍ତିକା ସଂରକ୍ଷଣ କରିବା, ବୃକ୍ଷ ରୋପଣ କରିବା, ଜୀବଜନ୍ତୁ ମାନଙ୍କୁ ସୁରକ୍ଷା ଦେବା, ଜଙ୍ଗଲ ଜାତ \âaýKê  ସଂଗ୍ରହ କରି ଉଚିତ ଦରରେ ବିକ୍ରୟ,ପୋଖରୀ ଖନନ,ଜଳକୁ ସଂରକ୍ଷଣ କରିବା ଏବଂ ଚାଷ କାମରେ ଉପଯୋଗ କରିବା, ଗୋଷ୍ଠୀ ମାଧ୍ୟମରେ ମହୁ ଚାଷ,,ଗୋପାଳନ,ମାଛ ଚାଷ,ଛତୁ ଚାଷ ବେଗ ଘାସ ଚାଷ, ବାଉଁଶ କ୍ରାଫ୍ଟ ଇତ୍ୟାଦି କରି ସ୍ବାବଲମ୍ବୀ ହେବା ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଭିନ୍ନ ବିଭାଗ ତରଫରୁ ସମସ୍ତ ଙ୍କୁ ରୁଣ ମଂଜୁର ,ବୈଷୟିକ ସହାୟତା,ତାଲିମ ସବୁକିଛି ସବୁବେଳେ ଯୋଗାଇ ଦିଆଯିବ । ବିଭିନ୍ନ ବନ ସୁରକ୍ଷା ସମିତିର ସଦସ୍ୟ ଓ ସଦସ୍ୟା ମାନେ ସୁରକ୍ଷା ସମିତିର ସଦସ୍ୟ ମାନେ ପ୍ରକଳ୍ପ ଫଣ୍ଡିଂ ଏଜେନ୍ସି ଦ୍ବାରା ଉପକୃତ ହେଉଛନ୍ତି ବର୍ଣ୍ଣନା କରିଥିଲେ ।ଡିଏଫଓ ଅରୁଣ ମିଶ୍ର କହିଥିଲେ ଯେତେବେଳେ ଯାହା ଦରକାର ସେ ସହାୟତା କରିବାକୁ ପଛେଇବେ ନାହିଁ ।ତେଣୁ ବନସୁରକ୍ଷାର କର୍ମକର୍ତ୍ତାମାନେ କଠିନ ପରିଶ୍ରମ,ନିଷ୍ଠା,ଦକ୍ଷତାର ସହ କାର୍ଯ୍ଯ କଲେ ନିଶ୍ଚିତ ଭାବରେ ସଫଳ ହେବେ ଏବଂ ଆର୍ଥିକ ଉନ୍ନତି ଘଟିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ