ଓରାଳି ଜି.ସି. ଗାର୍ଲସ ହାଇସ୍କୁଲର ବାର୍ଷିକ ଉତ୍ସବ
ହାଟଡିହି – ଓରାଳି ସ୍ଥିତ ଗୋପାଳ ଚନ୍ଦ୍ର ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଣ୍ଟିପାଳ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଟକୃଷ୍ଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଷ୍ଟାର ଜିଲ୍ଲା ସଭାପତି ଶାନ୍ତନୁ କୁମାର ମିଶ୍ର, ମୁଖ୍ୟ ବକ୍ତା ଭାବେ ବଉଳା କଲେଜର ଅଧ୍ୟାପିକା ସୁନନ୍ଦା ରାଣୀ ସ୍ୱାଇଁ, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପୁର୍ଣ୍ଣ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ଛାତ୍ରଜୀବନର ସଫଳତା ହାସଲ ପାଇଁ ଦିଗଦର୍ଶନ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ବାର୍ଷିକ କ୍ରୀଡାରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ବରିଷ୍ଠ ଶିକ୍ଷକ ଦୁର୍ଯ୍ୟୋଧନ ଜେନା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷୟତ୍ରୀ ବିଦୁଲତା ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କ୍ରୀଡା ଶିକ୍ଷକ ସଚିନ ଦେବ ରାଉତ, ନୃତ୍ୟଗୁରୁ ନିରଞ୍ଜନ ବାରିକ, ଶିକ୍ଷକ ଜିତି ରଞ୍ଜନ ବେହେରା, ଅବିନାଶ ତ୍ରିପାଠୀ, ସନ୍ତୋଷ ଧଳ, ଦିବ୍ୟାଭାରତୀ ବେହେରା, ଜୟଶ୍ରୀ ଜେନା, ଗଙ୍ଗାଧର ସାହୁ, ଅଜୟ ଦାସ, ନିର୍ମଳ ଚନ୍ଦ୍ର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


