ଶାଳବଣୀରେ ସରସ୍ୱତୀ ପୂଜା
ହାଟଡ଼ିହି-, ହାଟଡିହି ବ୍ଳକର ହାବଳେଶ୍ୱର ପଞ୍ଚାୟତର ଜମ୍ଭରା ଗ୍ରାମର ଶାଳବଣୀ ସାହିରେ ମହାଆଡମ୍ବର ସହକାରେ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଗ୍ରାମଟି ଉତ୍ସବ ମୁଖର ହୋଇ ଉଠିଛି । ଶତୃଘ୍ନ୍ର ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପୂଜାରେ ଦିପକ କୁମାର ମଲ୍ଲିକ, ସୁରଜ କୁମାର ମଲ୍ଲିକ, ସ୍ୱରାଜ କୁମାର ମଲ୍ଲିକ ପ୍ରମୁଖ କର୍ତ୍ତା ଭାବେ ସାମିଲ ହୋଇଥିଲେ । ପଣ୍ଡିତ ଶୁକଦେବ ପଣ୍ଡାଙ୍କ ବେଦମନ୍ତ୍ର ଧ୍ୱନୀରେ ଗ୍ରାମଟି ପ୍ରକମ୍ପିତ ହୋଇ ଉଠିଥିଲା । ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ରମାକାନ୍ତ ମଲ୍ଲିକ, ପୁର୍ଣ୍ଣଚନ୍ଦ୍ର ମଲ୍ଲିକ, ସ୍ୱପ୍ନାରାଣୀ ମଲ୍ଲିକ, ଶଶିକଳା ମଲ୍ଲିକ, ପଦ୍ମାଳୟା ମଲ୍ଲିକ, ଶେଷଦେବ ମଲ୍ଲିକ,ସୁଦର୍ଶନ ମଲ୍ଲିକ, ହାଡିବନ୍ଧୁ ମଲ୍ଲିକ, ସୁନିଲ ମଲ୍ଲିକ, ବାବାଜି ନାୟକ ପ୍ରମୁଖ ପୂଜାକାର୍ଯ୍ୟରେ ସାମିଲ ହୋଇ ମାଙ୍କ ପୂଜାର୍ଚ୍ଚନା କରିଥିଲେ ।


