ବିକାଶ ସାମ୍ମୁଖ୍ୟରେ ସହୀଦ୍ ଦିବସ ପାଳନ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ୧୫୦ତମ ଗାନ୍ଧୀ ଜୟନ୍ତୀ ପୂର୍ତି ଅବସରରେ ଗୁରୁବାର ଗାନ୍ଧିଜୀଙ୍କ ମହାପ୍ରୟାଣ ବା ସହୀଦ୍ ଦିବସ ଅବସରରେ କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ ପରିସରରେ ସହୀଦ୍ ଦିବସ ପାଳିତ ହୋଇଯାଇଛି । ଡା. ରମାନାଥ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂଗଠନର ସଂପାଦକ ଅଧ୍ୟାପକ ଅଜୟ ସାମଲ ଯୋଗଦେଇ ଗାନ୍ଧିଜୀଙ୍କ ଦର୍ଶନ, ଆଦର୍ଶ, ଚିନ୍ତାଧାରା ଏବଂ କାର୍ଯ୍ୟାବଳୀ ଆଦି ଦିନରେ ସମଗ୍ର ପୃଥିବୀରେ ଅଧିକରୁ ଅଧିକ ଗ୍ରହଣୀୟ ହୋଇ ପ୍ରସାରଲାଭ କରିଛି । ଗାନ୍ଧୀଙ୍କର ମୈାଳିକ ଶିକ୍ଷା, କ୍ଷୁଦ୍ରଶିଳ୍ପ, ଅର୍ଥନୀତି ଆଜିର ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ଯୁଗରେ ଗୁରୁତ୍ୱ ବହନ କରୁଛି ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୈଷ୍ଣବ ସ୍ୱାଇଁ, ଅରୁଣ ମହାନ୍ତି, ନୀରଞ୍ଜନ ଖଟୁଆ, ସୁରେଶ ପଟ୍ଟନାୟକ, ଅମୀୟ ନାୟକ, ଶ୍ରୀନିବାସ ପରିଡା ପ୍ରମୁଖ ଗାନ୍ଧୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଗାନ୍ଧି ଭଜନରେ ସାମିଲ୍ ହୋଇଥିଲେ । ଶେଷରେ କୃତୀବାସ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।