ଗଞ୍ଜାମ ର ଝିଅ ଡି.ଶିବାଶ୍ରୀ ପାଇଲେ କର୍ପୋରେଟ ଆଇକନ ଆୱାଡ଼ସ୍

ଗଞ୍ଜାମ,(ଯୁଗାବ୍ଦ ନ୍ୟୁଜ୍‌):ଫେସନ ଡିଜାଇନ ଜଗତରେ ନିଜର ନୂତନ ଫେସନ ଡିଜାଇନ ଲୁକ ପାରଦର୍ଶିତା ପାଇଁ ଗଞ୍ଜାମ ସହର ଝିଅ ଡି. ଶିବାଶ୍ରୀ କର୍ପୋରେଟ ଆଇକନ ଆୱାଡ଼ସ୍ ପାଇଛନ୍ତି ।ଯାହାକୁ ନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି । ବିବାହ ହେଉ କି ଉତ୍ସବ ହେଉ ନୂତନ ଲୁକ ରେ ଆକର୍ଷଣୀୟ ଡିଜାଇନ ପୋଷାକ ପିନ୍ଧି ଲୋକଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଆଜିର ପିଢ଼ି ଏକ ପ୍ରକାର ପ୍ରତିଯୋଗିତା କରୁଥିବା ବେଳେ , ଏହାକୁ ଦୃଷ୍ଟିରେ ରଖି ଫେସନ ଡିଜାଇନ ର ମାନେ ନୂତନ ଡ୍ରେସ ଡିଜାଇନ କରୁଛନ୍ତି ।ଏହି ପରିପ୍ରେକ୍ଷୀର ପ୍ରିଲ୍ୟୁଡ଼ ଆଡିକସନ ଏବଂ ପ୍ୟାସନ ମ୍ୟାନେଜମ୍ୟାଣ୍ଟର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ରନୱେ ସପ୍ତାହ ଏବଂ କର୍ପୋରେଟ ଆଇକନ ଆୱାଡ଼ସ୍ ତୃତୀୟ ସଂସ୍କରଣ ଅବସରରେ ଭୁବନେଶ୍ୱର ର ସ୍ଥିତ ହୋଟେଲ ମେଫେର ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରାଇଡାଲ କଲେକସନ, ହ୍ୟାଣ୍ଡଲୁମ, ରେଡ଼ କାର୍ପୋଟ, ପାର୍ଟ କଲେକ୍ସନ, ଓଡ଼ିଶାର ପରମ୍ପରା, କଳାକାରିଗର, ପୋଷାକ ଡିଜାଇନ ପଦର୍ଶନ ହୋଇଥିଲା । INIFD ରେ B.TECH IN FASHION, FABRIC DESIGN ର ଶେଷ ବର୍ଷ ଛାତ୍ରୀ । ତାଙ୍କର ବାପା ଡି.କେ.ରାଓ ଗଞ୍ଜାମ ସ୍ଥିତ ଗ୍ରାସୀମ ଇଣ୍ଡୋଷ୍ଟିଜ ରେ ମ୍ୟାନେଜର ଥିବା ବେଳେ, ମାତା D .Saiprameela ଜୟଶ୍ରୀ ଇଂରେଜ ମିଡିୟମ ସ୍କୁଲ ରେ କାର୍ଯ୍ୟରତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ