ଖୋଳଖାଳିରେ”ମୋ ଗାଁରେ ତହସିଲ”କାର୍ଯ୍ୟକ୍ରମ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗ୍ରାମରେ ଶୁକ୍ରବାର ଦିନ” ମୋ ଗାଁରେ ତହସିଲ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ସମେତ ବ୍ଲକ ଅଧ୍ୟକ୍ଷା ମାମି ସେନାପତି, ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ୱରୀ ଖଟେଇ, ଖୋଳଖାଳି ପଞ୍ଚାୟତ ସରପଞ୍ଚ ସୂର୍ଯ୍ୟମଣି ଗୌଡ଼ ଓ ସମିତି ସଭ୍ୟ ବିବେକାନନ୍ଦ ବାରିକ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଖଦାଳ ଖଟେଇ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୋଟ ୧୦୪ ଜଣ ହିତାଧିକାରୀଙ୍କୁ ତହସିଲ ପକ୍ଷରୁ ଜମି ଓ ଘରବାରି ପଟ୍ଟା ପ୍ରଦାନ କରାଯାଇଥିଲା। ଏହି ଅବସରରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ବିଶୁଦ୍ଧ ଥଣ୍ଡାଜଳ ଯୋଗାଣ ପ୍ରକଳ୍ପକୁ ବ୍ଲକ ଅଧ୍ୟକ୍ଷା ମାମି ସେନାପତି ଉଦଘାଟନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ