ଅଙ୍ଗନବାଡି କେନ୍ଦ୍ର ୧ ରେ ପୋଷାକ ବଣ୍ଟନ ମେଳା
ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍): ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମର ଅଙ୍ଗନବାଡି କେନ୍ଦ୍ର-୧ ରେ ଶନିବାର ଦିନ ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି।ଅଙ୍ଗନବାଡି କର୍ମୀ ଆରତୀ କୁମାରୀ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଶିକ୍ଷାବିତ ତଥା ସାମ୍ବାଦିକ ଅନିଲ କୁମାର ମହାରଣା, ନାଏବ ସରପଞ୍ଚ କାଳୁ ଚରଣ ପ୍ରଧାନ, ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରତିମା ସ୍ବାଇଁ ପ୍ରମୁଖ ଯୋଗଦେଇ ଶିଶୁ ମାନଙ୍କୁ ପୋଷାକ , ସ୍ଲେଟ ଓ ଚକ ପ୍ରଦାନ କରିବା ସହ ଗର୍ଭବତୀ ମହିଳା,ଶିଶୁଙ୍କ ମା ଓ ଅଭିଭାବକ ବୃନ୍ଦଙ୍କୁ ଛତୁଆ,ବାଦାମ ଖଜା,ସିଝାଅଣ୍ଡା ପ୍ରଭୃତି ବଣ୍ଟନ କରିଥିଲେ।