ଇସ୍କନର ଅଦିନିଆ ରଥଯାତ୍ରାକୁ କଡ଼ା ଜବାବ ଦେବ ପାଇକ ମହାସଂଘ

ଭୁବନେଶ୍ୱର-: ବାରମ୍ବାର ବିରୋଧ ସତ୍ତ୍ୱେ ଇସ୍କନର ଅଦିନିଆ ରଥଯାତ୍ରା କରିବା ଜଗନ୍ନାଥପ୍ରେମୀ ତଥା ସମସ୍ତ ହିନ୍ଦୁ, ଓଡ଼ିଆଙ୍କ ଧାର୍ମିକ ପରମ୍ପରାକୁ ଭଙ୍ଗ କରିବାକୁ ଇସ୍କନ ଯେଉଁ ପ୍ରୟାସ କରୁଛି ତାହାକୁ ନିଖିଳ ଓଡ଼ିଶା ପାଇକ ମହାସଂଘ ତୀବ୍ର ନିନ୍ଦା କରିଛି । ଆଜି ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ଇସ୍କନର ଏଭଳି କ୍ୱଚିତ୍‌, କଦାକାର ଓ ହୀନ ପଦକ୍ଷେପକୁ କଡ଼ା ଭାଷାରେ ନିନ୍ଦା କରିବା ସହିତ ଆଗାମୀ ଦିନରେ ଯଦି ଇସ୍କନ ଏଭଳି କାର୍ଯ୍ୟ ପୁନରାୟ କରେ, ତେବେ ପାଇକ ମହାସଂଘ ଓଡ଼ିଶାରେ ଥିବା ସମସ୍ତ ଇସ୍କନ କାର୍ଯ୍ୟାଳୟରେ ଚାବି ପକାଇବା ସହିତ ଇସ୍କନ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟ ଓ ସମସ୍ତ ସଂଗ୍ରାମ କରିବ । ଆଜି ଏହି ମର୍ମରେ ପାଇକ ମହାସଂଘ ସମସ୍ତ ଜଗନ୍ନାଥପ୍ରେମୀଙ୍କୁ ଆହ୍ୱାନ କରିଛି ଯେ, ଏହାକୁ କଡ଼ା ବିରୋଧ କରିବା ସହିତ ରାଜରାସ୍ତାକୁ ଓହ୍ଲାଇବା ପାଇଁ । ପାଇକ ମହାସଂଘ ରାଜ୍ୟସରକାରଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ଇସ୍କନର ଏହି କଦର୍ଯ୍ୟ କାର୍ଯ୍ୟକୁ ପ୍ରତିରୋଧ କରିବା ପାଇଁ । ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ପରମ୍ପରାକୁ ଭଙ୍ଗ କରିବାକୁ ଇସ୍କନର ଅଧିକାର ନାହିଁ । କେବଳ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଏହା ଉପରେ ମତାମତ ପ୍ରଦାନ କରିପାରିବେ । ମହାପ୍ରଭୁଙ୍କ ରକ୍ଷକଭାବେ ସବୁ ସମୟରେ ପାଇକମାନେ ନିଜର ଦାୟିତ୍ୱ ନିର୍ବାହ କରିଆସିଛନ୍ତି । କାଞ୍ଚି ଅଭିଯାନ ହେଉ ବା ବିଦେଶୀ ଆକ୍ରମଣରୁ ନିଜର ଆରାଧ୍ୟ ଦେବାତାଙ୍କୁ ରକ୍ଷା କରିବାକୁ ହାତରେ ଢାଲ, ତରବାରୀ ଧରିଛି, ସେଥିପାଇଁ ଏବେବି ଶ୍ରୀମନ୍ଦିରରେ ପାଇକ ପରମ୍ପରା ବା ପାଇକ ସେବା ପ୍ରଚଳିତ । ଯଦି ଇସ୍କନ ଏହି ଅପସଂସ୍କୃତିକୁ ନିଜର ଭୁଲ୍ ଭାବି କ୍ଷମା ମାଗିବା ସହିତ ଏହି କାର୍ଯ୍ୟରୁ ନିବୃତ୍ତ ନରୁହେ ତେବେ ଏହା ବିରୁଦ୍ଧରେ ସଂଗ୍ରାମ ହେବ ବୋଲି ପାଇକ ମହାସଂଘର ରାଜ୍ୟ ଉପଦେଷ୍ଟା ବିଭୂତି ସ୍ୱାଇଁ, ପାଇକ ମହାରଥୀ ଭୀମସେନ ବିଶ୍ୱାଳ, ରାଜ୍ୟ ଉପସଭାପତି ଭୀମସେନ ପାଇକରାୟ, କଟକ ଜିଲ୍ଲା ସଭାପତି ରାଜକିଶୋର ବେହେରା, ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ଦଳବେହେରା, ମନୋରଞ୍ଜନ ପଶ୍ଚିମକବାଟ, ବାଣପୁର ପାଇକ ସର୍ଦ୍ଦାର ରଞ୍ଜନ ବଳିୟାରସିଂହ, ପାଇକ ବିଶାରଦ କେଦାର ଦାସ, ପାଇକ ଗୁରୁ ଭାସ୍କର ସୁନ୍ଦରାୟ, ପ୍ରଫେସର ଗାୟନ ସାମଲ, ଜଗତସିଂହପୁର ଜିଲ୍ଲା ସଭାପତି ବିଦ୍ୟାଧର ନାଏକ, ଢେଙ୍କାନାଳ ସଭାପତି ନବ ସାମଲ, ପୂର୍ବତନ ଉତ୍କଳ ବିଶ୍ୱବିଦ୍ୟାଳୟର ସଭାପତି ଅଧିବକ୍ତା ହିମାଂଶୁ ଲେଙ୍କା ପ୍ରମୁଖ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ