ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ତରଫରୁ ସମ୍ବର୍ଦ୍ଧନା
ବେଲଗୁଣ୍ଠା,(ଶିବରାମ ଚୌଧୁରୀ)- ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗୋବରା ଗ୍ରାମର ବରିଷ୍ଠ କଳାକାର, ସମାଜସେବୀ ଏବଂ ସୁନାମଧନ୍ୟ ଚିକିତ୍ସିକ ଡା. ପାଶୁ ନାୟକ ଦିର୍ଘଦିନ ହେବ ରୋଗ ଶଯ୍ୟାରେ ପଡିଥିବା ଖବର ପାଇ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର କର୍ମକତ୍ତା ଓ ଉପଦେଷ୍ଟା ନାରାୟଣ ମହାରଣା,ଉପସଭାପତି ନାଟ୍ୟବିଦ୍ୟାବନ୍ଧୁ ପ୍ରଫୁଲ ବେହାରା,ସଂପାଦକ ସୁବାଷ ସାହୁ ରୋଶନ, ଭଞ୍ଜନଗର ଏନ୍.ଏ.ସି ସଂଯୋଜକ ଜୟକୃଣ୍ଣ ପଟ୍ଟନାୟକ,ବେଲଗୁଣ୍ଠା ବ୍ଲକ ସଂଯୋଜକ ଇଶ୍ୱର ଗୌଡଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ଡା. ନାୟକଙ୍କୁ ଫୁଲତୋଡା ପ୍ରଦାନ ସହ ସମ୍ବର୍ଦ୍ଧନା କରିଥିଲେ । ଏହା ସହ ତାଙ୍କର ଦିର୍ଘଜୀବନ କାମନା କରିଥିଲେ । ଡା.ନାୟକ ୧୯୬୦ ମସିହାରୁ ଅନେକ ଗୁଡିଏ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡିତ ଥିଲେ । ସେ ଅନେକ ନାଟ୍ୟା ଦଳ ଗଠନ କରିବା ସହିତ ଶୁଭଶଂଖ ନାଟ୍ୟଦଳ ଗଠନ କରିଥିଲେ । ଯାହା ଜିଲ୍ଲା ଏହି ଜିଲ୍ଲା ବାହାରେ ବେଶ୍ ପରିଚିତ ଥିଲା ।


