ପିସିସି ସଭାପତିଙ୍କ ରୋଡ୍ ସୋ,

ବନ୍ତ, (ଯୁଗାବ୍ଦ ନ୍ୟୁଜ୍) : ବୁଧବାର ବନ୍ତ ବ୍ଲକର ୧୫ ଓ ୧୬ ନଂ.ଜୋନ୍ରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ତଥା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ରୋଡ ସୋ କରିବା ସହିତ ବିଭିନ୍ନ ପଞ୍ଚାୟତରେ ପଥପ୍ରାନ୍ତ ସଭା କରିଛନ୍ତି । ପ୍ରାରମ୍ଭରେ ୧୬ନଂ.ଜୋନ୍ ଅଧିନ ତୋଡଗାଁ ପଞ୍ଚାୟତରେ ପିସିସି ସଭାପତି ପହଞ୍ôଚବା ପରେ ଅପେକ୍ଷାରତ ଶତାଧିକ କର୍ମୀ ତାଙ୍କୁ ସ୍ୱାଗତ କରିଥିଲେ । ସେଠାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହେବା ପରେ କେନ୍ଦୁଆପଦା, ରାମପୁର, ରାମକୃଷ୍ଣପୁର, ଗୋବିନ୍ଦପୁର, ସେଣ୍ଢତୀରା, ନିଳୋକ, ପଧାନପଡା, ବନ୍ତ, ବସନ୍ତିଆ, ଟିଲୋ, ଛୟାଳସିଂହ, ଗଣିଜାଙ୍ଗ, ଓଡଙ୍ଗ, କାଦବରାଙ୍ଗ, ବଡବର୍ଚ୍ଚିକୟାଁ ଆଦି ପଞ୍ଚାୟତରେ ରୋଡ ସୋ ସମେତ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ପିସିସି ସଭାପତିଙ୍କ ସହିତ ଏଆଇସିସିର କନିଷ୍ଠ ସଦସ୍ୟା ମନୀଷା ତ୍ରିପାଠୀ, ପିସିସି ମୁଖ୍ୟପାତ୍ର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଶିକ୍ଷାବିତ୍ ଡଃ.ବଦ୍ରୀନାଥ ପଟ୍ଟନାୟକ, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ସୁବ୍ରତ ଦାସ, ସିପିଆଇର ବରିଷ୍ଠ ନେତା ଗୋପବନ୍ଧୁ ସେଠୀ, ଜିଲା ସିପିଆଇ ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଜୋନ୍ ସହସଂପାଦକ ପରମେଶ୍ୱର ବାରିକ, ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ୧୬ନଂ.ଜୋନ୍ ସଭାପତି ନିରଞ୍ଜନ ମଲ୍ଲିକ, ୧୫ନଂ.ଜୋନ୍ ସଂପାଦକ ଅନନ୍ତ ଚରଣ ଦାସ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ନିରୁପମା ରାଉତ, ପିସିସି ରାଜ୍ୟ ସଂପାଦକ ପ୍ରେମାନନ୍ଦ ନାୟକ, ପ୍ରାକ୍ତନ ସରପଞ୍ଚ ପ୍ରଶାନ୍ତ ସାମଲ, ପ୍ରାକ୍ତନ ବ୍ଲକ କଂଗ୍ରେସ ସଭାପତି ଲକ୍ଷ୍ମୀଧର ସାହୁ, ବ୍ଲକ କଂଗ୍ରେସ ସଭାପତି ରାଜ କିଶୋର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବିଭିନ୍ନ ପଞ୍ଚାୟତରେ ସରୋଜ ଜେନା, ଜୟନ୍ତ ସାମଲ, ଶରତ ପଣ୍ଡା, ଜଗଜୀବନ ସାହୁ, ନିରଂଜନ ସେନାପତି, ରଘୁନାଥ ନାୟକ, ମଣିଭଦ୍ର ବିଶ୍ୱାଳ, ସରପଞ୍ଚ ମୁସ୍ତାକ୍ ଅଲ୍ଲୀ ଖାଁ, ଅମୂଲ୍ୟ ବେହୁରିଆ, ହରେନ୍ଦ୍ର ମହାନ୍ତି, ଦାମୋଦର ରାଉଳ, ତ୍ରିଲୋଚନ ପରିଡା, ଅଶୋକ ସାହୁ, ମାର୍କଣ୍ଡ ବେହେରା, ନରହରି ସେଠୀ, ମୁକ୍ତିକାନ୍ତ ସାହୁ, ପ୍ରଦୀପ ପଢିଆରୀ, ସୁଧାଂଶୁ ନାୟକ, ପ୍ରଫୁଲ୍ଲ ରାଉତ, ସୁଦାମ ଖଣ୍ଡା, ପ୍ରିୟନାଥ ନାୟକ, ବିଷ୍ଣୁ ମୋହନ ପଣ୍ଡା, ରମାକାନ୍ତ ରାଉତ, ଶରତ ପଲେଇ, ବିଜୟ ଜେନା, ରାମେଶ୍ୱର ଭାରତୀ, ଟୁଲୁ ରାଉତ, ସୁରେନ୍ଦ୍ର ଜେନା, ହରିହର ଖିଲାର ପ୍ରମୁଖ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ । ଏହି ଅବସରରେ ବସନ୍ତିଆ ପଞ୍ଚାୟତରେ ପୂର୍ବତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ଓଝାଙ୍କ ନେତୃତ୍ୱରେ ଶତାଧିକ କର୍ମୀ କଂଗ୍ରେସରେ ଯୋଗଦାନ କରିଥିଲେ । କାର୍ଯକ୍ରମରେ ବିଭିନ୍ନ ପଞ୍ଚାୟତର ହଜାର ହଜାର ମହିଳା ଓ ପୁରୁଷ ଯୋଗ ଦେଇଥିବାର ଦେଖାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ