ପିଏମ୍‍ଶ୍ରୀ ଦେବଭୂମୀ ନୋଡାଲ୍‍ ଉଚ୍ଚ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ

ଆସିକା (ୱାଇଏନ୍‍ଏସ୍‍) :ଆଧୁନିକ ଦୁନିଆରେ ସାଇବର କ୍ରାଇମ ଏକ ପ୍ରମୁଖ ସମସ୍ୟା ଭାବେ ଛିଡା ହୋଇଛି । ଏହାକୁ ପ୍ରତିହତ କରିବା ପାଇଁ ସଚେତନତା ହିଁ ଏକମାତ୍ର ମାଧ୍ୟମ । ରାଜ୍ୟର କେତେକ ଅଞ୍ଚଳରେ ସାଇବର ଅପରାଧୀମାନଙ୍କ ଅର୍ଥହଡପ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିହା ସହ ସାଇବର ଅପରାଧୀମାନଙ୍କ ଦ୍ୱାରା ଅର୍ଥ ଠକେଇରୁ ମୁକ୍ତି ପାଇଁ ସାଧରଣ ଜନତା, ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀମାନଙ୍କୁ ସତର୍କ ଓ ସଚେତନ ସୃଷ୍ଟି କରିବା ଲକ୍ଷ୍ୟରେ ଶୁକ୍ରବାର ଆସିକା ବ୍ଳକ ଅନ୍ତର୍ଗତ ପିଏମ୍‍ଶ୍ରୀ ଗ୍ରାମ ପଞ୍ଚାୟତ ନୋଡାଲ୍‍ ଉଚ୍ଚ ବିଦ୍ୟାଳୟ ଦେବଭୂମୀ ପରିସରରେ ଏକ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଗୃହ ବିଭାଗ ଏବଂ ଗଂଜାମ ଜିଲ୍ଲା ପୋଲିସ ପ୍ରଶାସନ ପ୍ରଶାସନର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପିଏମ୍‍ଶ୍ରୀ ଗ୍ରାମ ପଞ୍ଚାୟତ ନୋଡାଲ୍‍ ଉଚ୍ଚ ବିଦ୍ୟାଳୟ ଦେବଭୂମୀ ପରିସରରେ ଅନୁଷ୍ଠିତ ହୋଇଥିବା ନିଶାମୁକ୍ତ ଓଡିଶା ଅଭିଯାନ ଏବଂ ସାଇବର ଅପରାଧ ଓ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ପଣ୍ଡା ସଂଯୋଜନା କରିଥିଲା ବେଳେ ଏହି କାର୍ଯ୍ୟକ୍ରମରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ ରଂଜନ ପ୍ରଧାନ ଏବଂ ଥାନା ଅଧିକାରୀ ସୁଧୀର କୁମାର ସାହୁ ପ୍ରମୁଖ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ସାଇବର ଅପରାଧ ବ୍ଳାକ୍‍ମେଲିଂର ଏକ ମାଧ୍ୟମ ପାଲଟିଥିବା ବେଳେ ଏହାକୁ ପ୍ରତିହତ କରିବାର ସତର୍କ ଓ ସଚେତନତାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ରହିଥିବା ବେଳେ ଅଜଣା ଓଟିପି ନମ୍ବର ସେୟାର ନକରିବା ଓ ସାମାଜିକ ଗଣମାଧ୍ୟମରେ ଅଜଣା ବ୍ୟକ୍ତିଙ୍କ ବନ୍ଧୁତ୍ୱ ଅନୁରୋଧକୁ ଗ୍ରହଣ ନକରିବାକୁ ପରାମର୍ଶ ଦେବା ସହ ସାଇବର ଠକେଇରୁ ଦୂରେଇ ରହିବା ପାଇଁ ସାରା ରାଜ୍ୟରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ସାଇବର ଅପରାଧୀମାନେ ନୁଆଁ ନୁଆଁ କୌଶଳ ମାଧ୍ୟମରେ ଜନସାଧାରଣ ବିଶେଷକରି ବୟସ୍କ ବ୍ୟକ୍ତିମାନଙ୍କୁ ଠକେଇ କରୁଛନ୍ତି । ତେଣୁ ନିଜର ବ୍ୟକ୍ତିଗତ ତଥ୍ୟକୁ ଅଜଣା ବ୍ୟକ୍ତିକୁ ନଜଣାଇ ସୁରକ୍ଷିତ ରଖିବାକୁ ଯତ୍ନଶୀଳ ହେବା, ଡିଜିଟାଲ୍‍ ପ୍ଳାଟଫର୍ମର ସୁରକ୍ଷିତ ବ୍ୟବହାର କରିବା, ଅଜଣା ଫୋନକଲ୍‍କୁ ଗ୍ରହଣ କରିବା, ମୋବାଇଲ୍‍ରେ ଆସୁଥିବା ଅଜଣା ଲିଙ୍କ୍‍କୁ ନଖୋଲିବା, ଏଟିଏମ୍‍ କାର୍ଡର ପିନ୍‍କୁ କାହାରିକୁ ନଦେବା, ଅପରିଚିତ ବ୍ୟକ୍ତିଙ୍କ କଥାରେ ପ୍ରଲୋଭିତ ନହୋଇ ନିଜ ବ୍ୟାଙ୍କ ଏକାଉଣ୍ଟ ନମ୍ବର, ଓଟିପି ଓ ଆଧାର କାର୍ଡ ନମ୍ବର କାହାରିକୁ ନଦେବା, ସାଇବର ଠକେଇରୁ ଦୂରେଇ ରହିବା, ଠକାମୀର ଶୀକାର ହେଲେ ସାଇବର ହେଲ୍‍ପଲାଇନ୍‍ ନମ୍ବର ୧୯୩୦ ର ସହାୟତା ନେବା, ମୋବାଇଲ୍‍ ଫୋନ ବ୍ୟବହାର ସମୟରେ ଆକର୍ଷଣ ସୁବିଧା ଦେଉଥିବା ଆପ୍‍ ସମୟରେ ନଜାଣି କ୍ଳିକ୍‍ କରିବା, ଅନ୍‍ଲାଇନ୍‍ ଓ ସୋସିଆଲ୍‍ ମିଡିଆର ସୁରକ୍ଷିତ ବ୍ୟବହାର କରିବା, ଅଜଣା ନମ୍ବରରୁ ଆସୁଥିବା ଫୋନ୍‍ କଲ୍‍, ଭିଡିଓ କଲ୍‍, ଅନ୍‍ଲାଇନ୍‍କୁ ବିଶ୍ୱାସ ନକରିବା ସମେତ ସାଇବର ଅପରାଧରୁ ଦୂରେଇ ରହିବା ପାଇଁ ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ ବହୁ ଶିକ୍ଷଣୀୟ ତଥା ଉପାଦେୟ ସୂଚନା ପ୍ରଦାନ କରିଥିଲେ । ଆସିକା ବ୍ଳକ ଅନ୍ତର୍ଗତ ପିଏମ୍‍ଶ୍ରୀ ଗ୍ରାମ ପଞ୍ଚାୟତ ନୋଡାସ୍‍ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଏହି ସାଇବର ଅପରାଧ ଏବଂ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ସହକାରୀ ଶିକ୍ଷକ ଲବ ସେଠୀ, ରଂଜିତା ବେହେରା, ଶିବାନୀ ସେଠୀ, ଗାୟତ୍ରୀ ବିଶ୍ୱାଳ, କବିତା ସାମନ୍ତରା, ଅନୁପ କୁମାର ନାୟକ, ରବିନ୍ଦ୍ର ନାୟକ, ଉଦୟ ମାଝୀ, ସଂଘମିତ୍ରା ପାଢୀ, ବବିତା ଚୌଧୁରୀ, ସଂଯୁକ୍ତା ବେହେରା, ଗାଣ୍ଡୁ ସ୍ୱାଇଁ, ଗୋପୀନାଥ ପାଢୀ, ପ୍ରଶାନ୍ତ ନାୟକ, ସୂର୍ଯ୍ୟନାରାୟଣ ବେହେରା, କର୍ମଚାରୀ ନାରାୟଣ ପାତ୍ର ଓ ଗୌରୀ ନାହାକଙ୍କ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ