ବାବା କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଶଳିଜଂଘା ଚମ୍ପିୟନ

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍‌) : ବାଙ୍ଗରକୋଟା ବାବା କିକେଟ କ୍ଲବ ପକ୍ଷରୁ ଚାଲିଥିବା ୧୧ତମ ବାବା କିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଭାଗନେଇଥିଲେ । ଆଜିର ଫାଇନାଲ ମ୍ୟାଚରେ ଶାଳିଜଙ୍ଘା ଓ ଟମକା ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ଶାଳିଜଙ୍ଘା ବିଜୟ ଲାଭକରି ଚମ୍ପିୟନ ହୋଇଛି । ଅମ୍ପାୟାର ଭାବେ ଦୀନବନ୍ଧୁ ସାହୁ ଓ ବିକାଶ କୁମାର ବଳ ଖେଳ ପରିଚାଳନା କରିଥିବାବେଳେ ସୁଦୀପ କୁମାର ବଳ, ଭେରିଗୁଡ ରାଊତ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ପ୍ରାର୍ଥୀ ପ୍ରଦୀପ କୁମାର ମହାନ୍ତି, ସମ୍ମାନୀତ ଅତିଥି ଭାବେ ସୌମ୍ୟ ରଞ୍ଜନ ମହାପାତ୍ର, ବାଙ୍ଗୋରକୋଟା ସରପଞ୍ଚ ହରପ୍ରୀୟା ବାରିକ, ଯୁବ ସଭାପତି ମହେଶ୍ୱର ଗୁରୁ, ଫାର୍ମାସିଷ୍ଟ ଦିଲିପ କୁମାର ପରିଡା ପ୍ରମୁଖ ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଲିପୁନ କୁମାର ବଳ, ରତି ରଞ୍ଜନ ବଳ, ପବିତ୍ର କୁମାର ବଳ, ହାପିନା ବଳ, ଗଣେଶ୍ୱର ବଳ, ବାପି ଜେନା, ପିଣ୍ଟୁ ସେଠୀ, ଗଗନ ବଳ, ଉଦୟ ରାଉତ, ବିଶ୍ୱଜିତ ବେହେରା, ଦିଲ୍ଲିପ କୁମାର ବଳ, ରୋହିତ ରାଉତ, ରାଜେଶ ରାଉତ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ