ପରିବେଶକୁ ନିର୍ମଳ ରଖିବା ପାଇଁ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଗୁଣ୍ଡିଚାବାଡି ପଡିଆ ଠାରେ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ଶୋଭାଯାତ୍ରା ବାହାରିଥିଲା ଏହି ଶୋଭାଯାତ୍ରାକୁ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଯାହାକି ଲୋକମାନଙ୍କୁ ପରିବେଶକୁ ନିର୍ମଳ ରଖିବାପାଇଁ ଏବଂ ନିଜକୁ ଫିଟ ରଖିବାପାଇଁ ନିୟମିତ ଭାବେ ଚାଲିବା, ଦୌଡିବା, ବ୍ୟାୟମ ଆଦି କରିବା ଆବଶ୍ୟକ ବୋଲି କୁହାଯାଇଥିଲା । ଏହି ଫିଟ ଇଣ୍ଟିଆ କାର୍ଯ୍ୟକ୍ରମଟି ଆଇ.ଓ.ସି.ଏଲ୍‌. ଓ ଏଚ୍‌.ପି.ସି.ଏଲ୍‌.ର ମିଳିତ ଆନୁକୁଲ୍ୟରେ ଆୟୋଜିତ କରାଯାଇଥିଲା । ଏହାର ମୁଖ୍ୟ ଉଦ୍ଦ୍ୟେଶ ହେଲା ସମାଜରେ ପ୍ରଦୁଷଣ କମିବା, ପେଟ୍ରୋଲ ଡିଜେଲ ଭଳି ତୈଳ ସାମଗ୍ରୀକୁ ବଞ୍ଚାଇବା ଏବଂ ସର୍ବପରି ନିଜେ ଫିଟ ରହିବା ଏହାର ଉଦ୍ଦ୍ୟେଶ ରହିଥିଲା । ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦେଇ ଗୁଣ୍ଡିଚାବାଡି ନିକଟରୁ ବାହାରି ସ୍ଥାନୀୟ ମୁଖ୍ୟ ବଜାରଛକ ହୋଇ ସହର ପରିକ୍ରମା କରିବାପରେ ପୁନର୍ବାର କଲେଜ ଛକ ଠାରେ ଏହି ଶୋଭାଯାତ୍ରା ଶେଷ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ ଏଚ୍‌.ପି.ସି.ଏଲ୍‌.ର ଦେବାଶିଷ ନାୟକ, ଏସ୍‌.ଖାନ ପ୍ରମୁଖ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ