କ୍ଷୀର ସହ ଖାଆନ୍ତୁନି ଏସବୁ ଖାଦ୍ୟ
କ୍ଷୀର ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ । ଏ କଥା ସମସ୍ତେ ଜାଣନ୍ତି । କ୍ଷୀରରେ ଥିବା ପୋଷକ ତତ୍ତ୍ୱ ଆମ ଶରୀର ପାଇଁ ଲାଭଦାୟୀ । ହେଲେ କ୍ଷୀର ସହ ଆମେ କେଉଁ ଖାଦ୍ୟ ଖାଇବା ଉଚିତ ଓ କେଉଁ ଖାଦ୍ୟ ଖାଇବା ଅନୁଚିତ ତାହା ଜାଣିବା ନିହାତି ଦରକାର । ଯଦି ଜାଣି ନାହାନ୍ତି, ତେବେ ଆସନ୍ତୁ ଜାଣିବା କ୍ଷୀର ସହ କେଉଁ ଖାଦ୍ୟ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି ।
ଦହି: କ୍ଷୀର ସହ ଦହି ଖାଇବା ଉଚିତ ନୁହେଁ । ଏହାକୁ ଏକାଠି ଖାଇଲେ ଏସିଡିଟି, ଗ୍ୟାସ ଓ ବାନ୍ତି ଭଳି ସମସ୍ୟା ହୋଇଥାଏ । ଦହି ଖାଇବାର ପ୍ରାୟ ଦେଢ଼ ଘଣ୍ଟା ପରେ କ୍ଷୀର ପିଇବା ଉଚିତ ।
ବିରି: ବିରିରେ ତିଆରି କୌଣସି ଜିନିଷ ଖାଇ କେବେ ହେଲେ କ୍ଷୀର ପିଅନ୍ତୁନାହିଁ । ଏହା ଆପଣଙ୍କ ଶରୀରର କ୍ଷତିକାରକ ହୋଇଥାଏ ।
ଫଳ: କ୍ଷୀର ସହ କମଳା, ସପୁରୀ, ଡାଳିମ୍ବ ପରି ଖଟା ଫଳ ଖାଆନ୍ତୁ ନାହିଁ । ଏହା ଶରୀର ପକ୍ଷେ ହାନିକାରକ । ଏହା ଦ୍ୱାରା ଏସିଡିଟି ହୋଇ ବାନ୍ତି ହୋଇପାରେ । ଏହା ବ୍ୟତୀତ କଦଳୀ ଖାଇ କ୍ଷୀର ପିଅନ୍ତୁ ନାହିଁ । ଏହି ଦୁଇଟିକୁ ଏକାଠି ନେଲେ କଫ ଜମିଯାଇଥାଏ । ତେଣୁ ଥଣ୍ଡା ହୋଇଥିଲେ ଏହି ଦୁଇଟିକୁ ଏକାଠି ନ ଖାଇବା ଭଲ ।
ବ୍ରେଡ ବଟର: କ୍ଷୀର ନିଜେ ହିଁ ଏକ ସମ୍ପୂର୍ଣ୍ଣ ଆହାର । ଏହା ସହ ବ୍ରେଡ ଓ ବଟର ପେଟରେ ଅଧିକ ଭାରି ହୋଇଥାଏ । ଆୟୁର୍ବେଦ ଅନୁଯାୟୀ ପ୍ରୋଟିନ, କାର୍ବୋହାଇଡ୍ରେଟ ଓ ଫ୍ୟାଟ୍ ଏକାଠି ଅଧିକ ପରିମାଣରେ ପେଟକୁ ନେବା କ୍ଷତିକାରକ ।
ମାଛ: କ୍ଷୀର ସହ କେବେ ହେଲେ ମାଛ ଖାଆନ୍ତୁ ନାହିଁ । ଏହା ଦ୍ୱାରା ଗ୍ୟାସ, ଆଲର୍ଜି ଓ ତ୍ୱଚାଜନିତ ସମସ୍ୟା ଦେଖାଯାଇଥାଏ ।
ଛଣା ଖାଦ୍ୟ : କ୍ଷୀରରେ ଭିଟାମିନ, ପ୍ରୋଟିନ, ଲ୍ୟାକ୍ଟସ, ସୁଗାର ଓ ମିନେରାଲ ଭଳି ତତ୍ତ୍ୱ ରହିଛି । ତେଣୁ ଏହା ସହ ଛଣା ବା ନମକିନ୍ ଖାଦ୍ୟ ଖାଇଲେ ପାଚନ କ୍ରିୟା ପ୍ରଭାବିତ ହୋଇଥାଏ । ଲଗାତର ଭାବେ ଏହାକୁ ଖାଇଲେ ସମସ୍ୟାରେ ପଡ଼ିପାରନ୍ତି ।
ରାଶି: କ୍ଷୀର ସହ କେବେ ବି ରାଶି ବା ଖସା ଖାଇବା ଉଚିତ୍ ନୁହେଁ । ଏହା ସମସ୍ୟା ସୃଷ୍ଟି କରିଥାଏ ।


