ପଞ୍ଚସଖା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ , ବିରିକଳା ଚମ୍ପିଆନ୍
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍):କେନ୍ଦୁଝର ଜିଲା ଯୋଡା ବ୍ଲକ ଅନ୍ତର୍ଗତ ବିଲେଇପଦାଠାରେ ଟାଟାଷ୍ଟିଲ ଲଙ୍ଗ ପ୍ରଡକ୍ଟ ଦ୍ୱାରା ଆୟୋଜିତ ପନଚସଖା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସୋମବାର ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେନ୍ଟରେ ଯୋଡବ୍ୱ୍କର ଅଁସେଇକଳା, ବିରିକଳା, ଚମକପୁର, ଦେଓଝର ଏବଂ କଣ୍ଡରା ଗ୍ରାମପନଚାୟତର ଖେଳାଳୀମାନଙ୍କୁ ନେଇ ଗଠନ କରାଯାଇଥିବା ଦଳ ଗୁଡିକ ମଧ୍ୟରେ କ୍ରିକେଟ ମ୍ୟାଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚରେ ବିରିକଳା ଗ୍ରାମ ପଂଚାୟତ ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ୨୦୨ ରନ୍ ସଂଗ୍ରହ କରି ଫାଇନାଲରେ ବିଜୟୀ ହୋଇଥିଲା । ଜବାବରେ ଦେଓଝର ଗ୍ରାମପନଚାୟତ ଦଳ ୧୫ ଓଭରରେ ୧୬୨ ରନ୍ ସଂଗ୍ରହ କରି ପରାସ୍ତର ସ୍ୱୀକାର ହୋଇଥିଲା । ପରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ଦେଓଝର ଗ୍ରାମପନଚାୟତର ସରପନଚ ମଙ୍ଗଲ ମୁଣ୍ଡା, ପନଚାୟତ ସମିତିସଭ୍ୟ ଯୁଧିଷ୍ଟିର ପଲେଇ, କମ୍ପାନୀ ଅଧିକାରୀ ରାଘବନ ସୋମନାଥ ଅତିଥି ଭାବରେ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ପନଚସଖା କ୍ରିକେଟ ଟୁର୍ଣ୍ଣାମେନ୍ଟ ଆୟୋଜକ କମିଟିର ସଭାପତି ଅର୍ଜୁନ ମୁଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । କମ୍ପାନୀ ଅଧିକାରୀ ତ୍ରିଲୋଚନ ପଲେଇ ଏବଂ କନିଷ୍ଠ ଅଧିକାରୀ ନିର୍ମଳ କୁମାର ମହାନ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


