ମଥୁର।ରେ ପୋଷ।କ ବଣ୍ଟନ ମେଳ। ଓ ବ।ର୍ଷିକ ଉତ୍ସବ

ପୋଲସରା – ପୋଲସରା ବ୍ଲକ, ମଥୁରା ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଦିନ ପୋଷାକ ବଣ୍ଟନ ମେଳା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କ।ର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଧ୍ୟକ୍ଷତା କରିଥିବା ବେଳେ ପୋଲସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ତ୍ରିଲୋଚନ ତ୍ରିପାଠୀ, ମଥୁରା ପଞ୍ଚାୟତ ସରପଞ୍ଚ ପ୍ରଦୀପ କୁମାର ନାୟକ, ଏସଏମସି ସଭାପତି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିବୃନ୍ଦ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଶେଷରେ ସାସ୍କୃତିକ କ।ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ