ଦିଲ୍ଲୀ ବିଧାନସଭା ନିର୍ବାଚନ : ଆପ୍‌ ଜାରି କଲା ଘୋଷଣାପତ୍ର

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଉ ରହିଲା ହାତଗଣତି କେତୋଟି ଦିନ । ଆଜି ରାଜ୍ୟରେ କ୍ଷମତାସୀନ ସରକାର ‘ଆପ୍‌’ ନିଜର ଘୋଷଣାପତ୍ର ଜାରି କରିଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ୍‌ ସିସୋଦିଆ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି । ଏହି ଅବସରରେ ମନୀଷ୍‌ ସିସୋଦିଆ କହିଛନ୍ତି ଯେ, ଯେତେବେଳେ ଦେଶରେ ଉତ୍ତମ ସ୍ବାସ୍ଥ୍ୟ ସେବା, ସୁରକ୍ଷା, ସମସ୍ତଙ୍କୁ ଖାଦ୍ୟ ଓ ପାନୀୟର ସୁବିଧା ମିଳିବ, ତେବେ ଦେଶ ଆଗକୁ ବଢିବ ।
ଆମ୍‌ ଆଦ୍‌ମୀ ପାର୍ଟିର ଘୋଷଣା ପତ୍ରରେ ରହିଥିବା ଘୋଷଣାଗୁଡିକ ହେଲା –
• ଘରେ ଘରେ ସିଧାସଳଖ ଭାବେ ରାସନ୍‌ କାର୍ଡ ପହଞ୍ଚିବ ।
• ଦିଲ୍ଲୀକୁ ଆଧୁନିକ ସହର କରିବା ସହିତ ପ୍ରଦୂଷଣ କମ୍‌ କରାଯିବା ଉପରେ କାର୍ଯ୍ୟ କରାଯିବ ।
• ୨୦୦ ୟୁନିଟ୍‌ ମାଗଣା ବିଜୁଳି ବ୍ୟବସ୍ଥା ଜାରି ରହିବ ।
• ଗଳି କନ୍ଦିରେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯିବ ।
• ଦିଲ୍ଲୀର ମେଟ୍ରୋକୁ ୫୦୦ କିଲୋମିଟରରୁ ଅଧିକ ବଢାଯିବ ।
• ଯମୁନା ନଦୀର ସୌନ୍ଦର୍ଯ୍ୟକରଣ କରାଯିବ ।
• ମହିଳାଙ୍କ ପାଇଁ ଓ୍ବାର୍କ ଫର୍ମ ହୋମ୍‌ର ସୁବିଧା ଉପଲବ୍ଧ ହେବ ।
• ୧୦ ଲକ୍ଷ ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା
• ସ୍କୁଲ ପାଠ୍ୟକ୍ରମରେ ଦେଶଭକ୍ତି
• ଯୁବକଙ୍କ ପାଇଁ ସ୍ପୋକନ ଇଂଲିଶ୍‌ କୋର୍ସ
• ସଫେଇକର୍ମୀଙ୍କୁ ନିଯୁକ୍ତି
• ୨୪ ଘଣ୍ଟା ବଜାର ଖୋଲା ରହିବ ।
• ଦିଲ୍ଲୀ ସ୍ବରାଜ ବିଲ୍‌
• ସେହିପରି ଜନଲୋକପାଳ ବିଲ୍‌କୁ ପାରିତ ପାଇଁ ସଂଘର୍ଷ ଜାରି ରଖିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ