ଘର କୋଣରେ ଜମା କରନ୍ତୁନି ଅଳିଆ
ଆମେ ପ୍ରତିଦିନ ଘର ଝାଡୁ କରୁ । କିଛି ଲୋକ ଅଛନ୍ତି ଘର ଝାଡୁ କରିବା ପରେ ଅଳିଆକୁ ବାହାରକୁ ନ କାଢ଼ି ଘରର କୌଣସି ଏକ କୋଣରେ ଜମା କରି ରଖନ୍ତି । ଶାସ୍ତ୍ରବିତ୍ଙ୍କ କହିବା ଅନୁସାରେ ଏପରି କରିବା ଉଚିତ ନୁହେଁ । କେବେ ବି କୌଣସି କୋଣରେ ଅଳିଆ ଜମା କରି ରଖନ୍ତୁନାହିଁ । ଏଥି ସହ ସେଠାରେ ଯଦି ବୁଢ଼ିଆଣୀ ବସା ଦେଉଛି ତେବେ ତାହାକୁ ଭାଙ୍ଗି ଦିଅନ୍ତୁ । କେବେ ବି ଘରେ ବୁଢ଼ିଆଣୀକୁ ବସା ବାନ୍ଧିବାକୁ ଦିଅନ୍ତୁନାହିଁ । ଏହା ଦ୍ୱାରା ଅମଙ୍ଗଳ ହୋଇଥାଏ ଏବଂ ପରିବାରରେ ଅଶାନ୍ତି ଦେଖାଦେଇଥାଏ ।