ଅନସ୍ଲୋ ସରକାରୀ ଉଚ୍ଚବିଦ୍ୟାଳୟରେ ୧୬୫ତମ ବାର୍ଷିକ କ୍ରୀଡ଼ା ଉତ୍ସବ

ଛତ୍ରପୁର , ,(ଯୁଗାବ୍ଦ ନ୍ୟୁଜ୍‌): ସ୍ଥାନୀୟ ଅନସ୍ଲୋ ସରକାରୀ ଉଚ୍ଚବିଦ୍ୟାଳୟର ୧୬୫ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବାଉରିବନ୍ଧୁ ପଣ୍ଡାଙ୍କ ସଭାପତିତ୍ୱରେ ଅନସ୍ଲୋ ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଅବିନାଶ ଶତପଥୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବା ସହ କ୍ରୀଡ଼ା ପତାକା ଉତୋଳନ କରିଥିଲେ । ଏଥିରେ ସମସ୍ତ ବର୍ଗର କ୍ରୀଡ଼ାରେ ଅନୁଷ୍ଠାନର ବହୁ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଜଗଦୀଶ ଚନ୍ଦ୍ର ପଲେଇ, ଶିକ୍ଷୟତ୍ରୀ ଅମୃତା ପାଣିଗ୍ରାହୀ, ତୁହିନା ମହାପାତ୍ର, ଦେବସ୍ମିତା ମହାନ୍ତି, ସୁଚିତ୍ରା ପାଣିଗ୍ରାହୀ, ଅନିତା ଦାସ, କ୍ରୀଡ଼ା ଶିକ୍ଷକ ରମଣି ରଞ୍ଜନ ପଣ୍ଡା, ନାରାୟଣ ରଥ, ସନ୍ତୋଷ ବିଷୋୟୀ, ସୁଜାତା ପାତ୍ର ପ୍ରମୁଖ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାକୁ ସୁପରିଚାଳନା କରିଥିଲେ । ଅନୁଷ୍ଠାନର କ୍ରୀଡ଼ା ଶିକ୍ଷକ ଅରୁଣ କୁମାର ମାନସିଂ ସଂଯୋଜନାରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ