ଆଦାନୀ ଫାଉଣ୍ଡେସନ୍ ପକ୍ଷରୁ ଶିକ୍ଷା କାର୍ଯ୍ୟକ୍ରମ
ନୂଆଦିଲ୍ଲୀ, (ଏଜେନ୍ସି): ଆଦାନୀ ଫାଉଣ୍ଡେସନ୍ ପକ୍ଷରୁ ଜ୍ଞାନଦୋୟ ସ୍ମାର୍ଟ ଇ-ଲର୍ଣ୍ଣିଂ ପ୍ରକଳ୍ପ ଅନ୍ତର୍ଗତ ଝାଡ଼ଖଣ୍ଡ ଗୋଡ୍ଡାର ୧୫୦ ସରକାରୀ ସ୍କୁଲରେ ଶିକ୍ଷା କାର୍ଯ୍ୟକ୍ରମ ଜାରି ରହିଛି । ସେହିପରି ଗୁଜରାଟ କଚ୍ଛ ଅଞ୍ଚଳରେ ୧୭ଟି ସରକାରୀ ପ୍ରାଇମେରୀ ସ୍କୁଲରେ ମଧ୍ୟ ଏଭଳି ଏକ କାର୍ଯ୍ୟକ୍ରମ ଜାରି ରହିଛି । ଜ୍ଞାନଦୋୟ ସ୍ମାର୍ଟ ଇ-ଲର୍ଣ୍ଣିଂ ପ୍ରକଳ୍ପ ଗୋଡ୍ଡାର ଜନଜାତି ବହୁଳ ଅଞ୍ଚଳରେ ୪୦,୦୦୦ରୁ ଊଦ୍ଧ୍ୱର୍ ପିଲାଙ୍କ ଶିକ୍ଷା ପ୍ରଦାନ ଜାରି ରହିଛି । ୬୦୦ ହାଇସ୍କୁଲର ୧ ଲକ୍ଷ ପିଲାଙ୍କୁ ଆବଶ୍ୟକ ଶିକ୍ଷା ଉପଲବ୍ଧ କରାଯାଇଛି । ଏହି ପ୍ରକଳ୍ପ ୨୦୧୮ ଜୁଲାଇରୁ ଆରମ୍ଭ ହୋଇଛି । ଗୋଡ୍ଡା ଜିଲ୍ଲାପାଳ କିରଣ କୁମର ପାଶିଙ୍କ ତତ୍ୱାବଧାନରେ ଏହା କାର୍ଯ୍ୟ କରୁଛି । ଏହାକୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ଅବସରରେ ଆଦାନୀ ଫାଉଣ୍ଡେସନ୍ ଅଧ୍ୟକ୍ଷା ଡ.ପ୍ରୀତି ଆଦାନୀ କହିଛନ୍ତି ଯେ ଏହି ପ୍ରକଳ୍ପ ଦ୍ୱାରା ଦୁର୍ଗମ ଅଞ୍ଚଳର ଜନଜାତି ପିଲା ବେଶ୍ ଉପକୃତ ହୋଇପାରୁଛନ୍ତି । ଏହା ସେମାନଙ୍କ ଭବିଷ୍ୟତ ସ୍ୱପ୍ନକୁ ସାକାର କରିବାକୁ ସକ୍ଷମ ହେଉଛି । ଗୁଜରାଟର କଛ ଅଞ୍ଚଳରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ପ୍ରୋଜେକ୍ଟ ଉତ୍ଥାନ ସହାୟତାରେ ୧୭ଟି ସରକାରୀ ପ୍ରାଇମେରୀ ସ୍କୁଲରେ ଶିକ୍ଷା ବିକାଶ କାର୍ଯ୍ୟକ୍ରମ ଜାରି ରହିଛି । ଏହା ୨୦୧୮ ଅଗଷ୍ଟ ଠାରୁ ଆରମ୍ଭ ହୋଇଛି । ଏହା ଦ୍ୱାରା ପ୍ରଥମ ଶ୍ରେଣୀରୁ ୪ର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀଙ୍କୁ ଇଂରାଜୀ ଶିକ୍ଷା ଦିଆଯାଉଛି । ସେଥି ପାଇଁ ଶିକ୍ଷାମନ୍ତ୍ରୀ ଭୂପେନ୍ଦ୍ର ଭାଇ ଚୌଦସମା ଆଦାନୀ ଫାଉଣ୍ଡେସନ ସହିତ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ସୂଚନାଯୋଗ୍ୟ ଯେ ଆଦାନୀ ଫାଉଣ୍ଡେସନ୍ ୧୯୯୬ରେ ଗୁଜରାଟ୍ରେ ସ୍ଥାପିତ ହୋଇଥିଲା । ଏହା ଦେଶର ୧୮ ରାଜ୍ୟର ୨୨୫୦ ଗ୍ରାମ ଓ ସହରରେ କାର୍ଯ୍ୟକାରୀ ହେଉଛି । ଏହା ଦେଶର ୩.୨ ନିୟୁତ ପରିବାରଙ୍କୁ ଆବଶ୍ୟକ ସହାୟତା ଉପଲବ୍ଧ କରାଉଛି ।