ଶାଳ କାଠ ଜବତ,୩ ଗିରଫ
ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍): ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ସୁତୁମୁସର ନିକଟରୁ ଏକ ଡାଲା ଅଟୋରେ ଚୋରା ଚାଲାଣ ହେଉଥିବା ଶାଳ କାଠ ଜଵତ ହେବା ସହ ତିନି ଜଣ ଗିରଫ ହୋଇଥିବା ଜଣାପଡିଛି ।ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଗତ କାଲି ମଧ୍ୟ ରାତିରେ ୱାରେଣ୍ଟ ଧରିବା ପାଇଁ ସୁତୁମୁସର ରାସ୍ତାରେ ଯାଉଥିବା ବେଳେ ସନ୍ଦେହ ଜନକ ଭାବେ ଏକ ଅଟୋ ବେଲଗୁଣ୍ଠା ଅଭିମୁଖେ ଯାଉଥିବା ଦେଖିଥିଲେ ।ସନ୍ଦେହ ହେବାରୁ ଅଟୋ କୁ ଅଟକାଇ ଯାଞ୍ଚ କଲାବେଳେ ସେଥିରେ ମୁଲ୍ୟବାନ ଶାଳ କାଠ ଚୋରାଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ ।ସଙ୍ଗେ ସଙ୍ଗେ କାଠ ଭର୍ତ୍ତି ଅଟୋ ସହ ଅଟୋ ଡ୍ରାଇଭର ଓ ଦୁଇଜଣଙ୍କୁ ବେଲଗୁଣ୍ଠା ଫାଣ୍ଡି କୁ ଆଣି ଅଟକ ରଖିଥିଲେ ।ପଚରାଉଚୁରା ପରେ ସେହି କାଠ ଚୋରାରେ ଲେମ୍ଭେଇରୁ ବେଲଗୁଣ୍ଠା ଆସୁଥିବା ଜାଣିବାକୁ ପାଇଥିଲେ ଏବଂ ଭଞ୍ଜନଗର ବନବିଭାଗ କୁ ଖବର ଦେଇଥିଲେ ।ବନ ବିଭାଗ ଅଧିକାରୀ ମାନ ଆସି ଅଟୋ ସହ କାଠ ଜବତ କରି ଓ ତିନି ଜଣଙ୍କୁ ଗିରଫ କରିଥିଲେ ।


