ଋଙ୍ଗ ରୁଟରେ ଗଲେ ଗାଡି ଚକା ହେବ କଣା

ଭୂବନେଶ୍ୱର: କମିଶନ ରେଟ୍ ପୁଲିସଏକ ଜରୁରୀ ପଦକ୍ଷେ ଗ୍ରହଣ କରିଛି । ଏଣିକି ରଙ୍ଗ ରୋଡରେ ଗାଡି ଚାଳନା କଲେ ଯାତ୍ରା କରୁଥିବା ଗାଡିର ଚକା ଲିକ୍ ହେବ । ମୋଟା ଅଙ୍କର ଜୋରିମାନାକୁ ମଧ୍ୟ କିଛି ଅସାଧୁ ଚାଳକ ବେଖାତିର କରୁଥିବା ବେଳେ ସେହି ମାନଙ୍କୁ ସାବାଡ୍ କରିବା ନିମନ୍ତେ ପୁଲିସ ତରଫରୁ ଏହି ଭଳି କଡା ନିୟମ ଗ୍ରହଣ କରିବ । ରାଜଧାନୀ ଟ୍ୱିନସିଟିରେ ୨୪୨ ଟି ଦୁର୍ଘଟଣା ଅଂଚଳ ରହିଥିବା ବେଳେ ୩୨ ଟି ସ୍ଥାନ ଅତି ସମ୍ବେଦନ ଶୀଳ ରାସ୍ତା କଡରେ କମିସନରେଟ୍ ପୁଲିସ ଲଗାଇବ ସ୍ପାଇକ ବାରିଅର । ଟ୍ରାଫିକ ଡିସିପି ସମସ୍ତ ସ୍ଥାନକୁ ଯାଇ ତଦାରଖ କରିବା ପରେ ଏଭଳି ନିଷ୍ପତି ନିଆଯାଇଛି । ଖାସକରି ରଙ୍ଗ ରୁଟରେ ଆସୁଥିବା କାରଣରୁ ଅଧିକାଂଶ ଦୁର୍ଘଟଣା ହେଉଥିବାର ଖବର ସାମ୍ନାକୁ ଆସୁଛି । ତେଣୁ ଏହାକୁ ରୋକିବାକୁ କମିଶନରେଟ ପୋଲିସ ଏହି ସ୍ପାଇକ ବାରିଅର ଲଗାଇବାକୁ ନିଷ୍ପତି ନେଇଛି । ପୂର୍ବରୁ ପୁନେ, ହାଇଦ୍ରାବାଦ ଓ ନୋଏଡାରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ