ରାମଚରିତ ମାନସ ସତସଙ୍ଗ କାର୍ଯ୍ୟକ୍ରମ ଉଦଯାପିତ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ) : ହିଞ୍ଜିଳିକାଟୁ ପୌରାଂଚଳ ହିଂଜିଳି ଗ୍ରାମ ଗୋପିନାଥ ମଣ୍ଡପ ପ୍ରାଙ୍ଗଣରେ ରବିବାର ଠାରୁ ଆରମ୍ଭ ହୋଇଥିବା ତ୍ରିଦିନାତ୍ମକ ରାମଚରିତ ମାନସ ସତସଙ୍ଗ କାର୍ଯ୍ୟକ୍ରମ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରବକ୍ତା ଭାବେ ଋଷିକେଶ, ହିମାଳୟର ଆଚାର୍ଯ୍ୟ ସ୍ୱାମୀ ଆନନ୍ଦମ୍ବରୁ ପାନନ୍ଦ ସରସ୍ୱତୀ ଯୋଗଦେଇ ପ୍ରତ୍ୟେହ ସନ୍ଧ୍ୟା ୭ ଟାରୁ ୯ ଘଂଟା ପର୍ଯ୍ୟନ୍ତ ପ୍ରଭୂ ଶ୍ରୀରାମଙ୍କ ଅମୃତବାଣୀ ଶୁଣାଇଥିଲେ । ପ୍ରବଚନ ଶୁଣିବା ସକାଶେ ପ୍ରତ୍ୟେହ ସନ୍ଧ୍ୟାରେ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ବହୁ ଭକ୍ତ ଅଂଶଗ୍ରହଣ କରୁଥିଲେ । ହିଂଜିଳିକାଟୁ ଦିବ୍ୟ ଜୀବନ ସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଉତମ କୁମାର ସାହୁ, ଦେବାନନ୍ଦ ମହାପାତ୍ର, ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ସମେତ ସ୍ଥାନୀୟ ଦିବ୍ୟ ଜୀବନ ସଂଘର ବହୁ ଭକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


