ନବ ବିବାହିତାଙ୍କ ଆତ୍ମହତ୍ୟା ଅଭିଯୋଗ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ) : ହିଞ୍ଜିଳି ଥାନା ନୁଆଁ ବୁରୁପୋଡ଼ା ଗ୍ରାମର ଜଣେ ନବ ବିବାହିତା ମହିଳା ବୁଧବାର ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତ ମହିଳା ଜଣକ ସଂପୃକ୍ତ ଗ୍ରାମର ହରିକୃଷ୍ଣ ଦତଙ୍କ ସ୍ତ୍ରୀ ସୋନାଲି ଦତ (୧୯) । ବୁଧବାର ସକାଳ ପ୍ରାୟ ୧୧ ଟାରେ ମହିଳା ଜଣକ କୌଣସି କାରଣରୁ ବିଷପାନ କରିଥିଲେ । ପରିବାର ସଦସ୍ୟ ଜାଣିପାରି ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ, ଡ଼ାକ୍ତର, ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଡ଼ାକ୍ତରଖାନାରେ ପଂହଚି ଶବକୁ ଜବତ କରିବା ସହ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଛି । ଏ ନେଇ ଥାନାରେ ଏକ ଅପମୃତ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଥାଉକି, ମହିଳା ଜଣକ ଗତ ପ୍ରାୟ ୧ବର୍ଷ ପୂର୍ବେ ବିବାହ କରିଥିଲେ । ମୃତ୍ୟୁ ସମୟରେ ୬ ମାସର ଗର୍ଭବତୀ ଥିବା ଡ଼ାକ୍ତରଙ୍କ ସୁତ୍ରରୁ ପ୍ରକାଶ ।


