ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକସୋସୋ କାନପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୬ଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ବିଶ୍ୱାଳ ଓ ସିଆରସିସି କେଶବ ଚନ୍ଦ୍ର କର ଉଦଘାଟକ ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅଧ୍ୟାପିକା ସୁନନ୍ଦା ରାଣୀ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥିଭାବେ କଟକ ଭିଜିଲାନସ ଏସ.ପି ଅକ୍ଷୟ କୁମାର ଦାଶ, ମୁଖ୍ୟ ବକ୍ତା ଭାବେ ଆନନ୍ଦପୁର ସହକାରୀ ଜିଲ୍ଲାପାଳ କମଳାକାନ୍ତ ପଣ୍ଡା, ସମ୍ମାନୀତ ଅତିଥି ଭାବେ ସୋସୋ ଶୁଭଦ୍ରା ମାତୃମଣ୍ଡଳ ଅଧ୍ୟକ୍ଷା ଅନ୍ନପୁର୍ଣ୍ଣା ଦେବୀ, ବାରିଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ନାରାୟଣ ରାଉତ, ଅବସରପ୍ରାପ୍ତ ଶିକ୍ଷକ ବିଦ୍ୟାଧର କର, ଶିକ୍ଷାବିତ ବିଦ୍ୟାଧର ପଣ୍ଡା, ଟେଲି ଅଭିନେତ୍ରୀ ପୂଜା ଦାସ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଜଣେ ଜଣେ ଭଲ ମଣିଷ ଭାବେ ଗଢ଼ି ତୋଳିବାରେ ଗୁରୁଜୀ ଗୁରୁମା ମାନଙ୍କ ଭୁମିକା ଠାରୁ ପିତା ମାତାଙ୍କ ଭୁମିକା ଗୁରୁତ୍ୱପୁର୍ଣ୍ଣ ବୋଲି ମତଦେବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଏହି ଅବସରରେ ବ୍ୟଙ୍ଗକାର ନଟିଆଙ୍କ ଯାଦୁକୁ ଛାତ୍ରଛାତ୍ରୀମାନେ ଉପଭୋଗ କରିଥିଲେ । ଏହି ଅବସରରେ ସମାଜସେବୀ ଗଙ୍ଗାଧର ରାଉତ ଓ ଶ୍ରୀଧର ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଅଶୋକ କୁମାର ଦାଶ ସମ୍ପାଦକୀୟ ବିବରଣୀ ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଧାନ ଆଚାର୍ୟ୍ୟ ଦିପ୍ତୀମୟୀ ପୁହାଣ, ଅଶୋକ କୁମାର ସେଣ, ଚିନ୍ତାମଣୀ ରଥ, ଜଗନ୍ନାଥ ଭୁୟାଁ, ଗୌରାଙ୍ଗ ପ୍ରଧାନ, ପ୍ରଭାକର ମଣ୍ଡଳ, ଘନଶ୍ୟାମ ଦାଶ, ମନୋରଞ୍ଜନ ବିଶ୍ୱାଳ, ପୂଜାରାଣୀ ଜେନା, ଦିପ୍ତୀମୟୀ ବେହେରା, ଗାୟତ୍ରୀ ନାୟକ, ସସ୍ମିତା ମଲ୍ଲିକ, ଜଗଦ୍ଧାତ୍ରୀ ପଣ୍ଡା, ପ୍ରୀୟଦର୍ଶନୀ ରାଉତ, ଜୟନ୍ତୀ ପାଣିଗ୍ରାହୀ, ସବିତା ଜେନା, ସଂଘମିତ୍ର୍ରା ଆୟଚ, ସଶ୍ମିତା ଦାସ, ସିପିକା ମହାନ୍ତି, ରୀତା ଦେହୁରୀ, ଲିଜା ନାୟକ, ନନ୍ଦିତା ରାଉତ ପ୍ରମୁଖ ଗୁରୁଜୀ ଗୁରୁମା ମାନେ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା ।


