ଦେବାଳୟ ପରିସରରେ ଗରୁଡ ପକ୍ଷୀକୁ ପୂଜାର୍ଚ୍ଚନା
ଶେରଗଡ,(ଯୁଗାବ୍ଦ ନ୍ୟୁଜ୍): ଦୀର୍ଘ ଦିନ ଧରି ଦେଖିବାକୁ ମିଳୁନଥିଲା ଗରୁଡ ପକ୍ଷୀ । ମନେ ହେଉଥିଲା ଲୋପ ପାଇଯାଇଛି ଗରୁଡ ବଂଶ ।ଧରାକୋଟ ବ୍ଲକ ଅନ୍ତର୍ଗତ ହନୁମାନ ଦ୍ୱାର ଗ୍ରାମରେ ଥିବା ହନୁମାନ ମନ୍ଦିରରେ ବୁଧବାର ଦେଖିବାକୁ ମିଳିଛି ଛୋଟ ଏକ ଗରୁଡ ପକ୍ଷୀ । ଗରୁଡ ପକ୍ଷୀ ମନ୍ଦିର ପରିସରରେ ରହିଥିବା ବିଦ୍ୟୁତ ବେଗରେ ପ୍ରଚାରିତ ହେବା ପରେ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଦେଖିବାକୁ ଶତାଧିକ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ଜମିଥିଲା । ଏହାର ଠିକ୍ ଦୁଇ ଦିନ ପରେ ଅର୍ଥାତ ଶନିବାର ଦିନ ପୁଣି ଏକ ଗରୁଡ ପକ୍ଷୀ ଆସି ଗ୍ରାମର ହନୁମାନ ମନ୍ଦିରରେ ପହଞ୍ଚିଥିଲା । ଦୁଇଟି ଗରୁଡ ପକ୍ଷୀକୁ ଅଂଚଳବାସୀ ଗୋଟିଏ ସ୍ଥାନରେ ଦେଖିବା ପରେ ଅଂଚଳରେ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଏଭଳିକି ଦୁଇଟି ଗରୁଡ ପକ୍ଷୀକୁ ସ୍ଥାନୀୟ ଲୋକେ ପୂଜାର୍ଚ୍ଚନା କରିବା ସହ ହନୁମାନ ମନ୍ଦିରରେ ଦାନ ଦକ୍ଷିଣା ଦେଇ ପୂର୍ଣ୍ଣ୍ୟ ଅର୍ଜନ କରିଥିବା ନିଜକୁ ଧନ୍ୟ ମନେ କରିଛନ୍ତି । ଗରୁଡ ବଂଶ ଧିରେ ଧିରେ ବିଲୁପ୍ତ ପାଇବାରେ ଲାଗିଥିବା ବେଳେ ସ୍ଥାନୀୟ ବୁଦ୍ଧିଜୀବି ମାନେ ଗରୁଡ ପକ୍ଷୀର ସୁରକ୍ଷା ନିମନ୍ତେ ଦାବୀ କରିଛନ୍ତି ।


