ସ୍ପୋର୍ଟି ଲୁକ୍ରେ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜ୍
ନିଜ ଶରୀର ସହିତ ଜଣେ କିଭଳି କମ୍ଫର୍ଟେବଲ ରହିପାରେ, ଏହା ସମସ୍ତେ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜ୍ଙ୍କଠାରୁ ଶିଖିବା ଦରକାର। ଏହି ସିଂହଳ ସୁନ୍ଦରୀ ବଲିଉଡ୍ର ଟପ୍ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ। ନିଜ ଶରୀରର ଆକୃତି ହିସାବରେ କେତେବେଳେ କେଉଁ ଭଳି ପୋଷାକ ପିନ୍ଧାଯିବା ଉଚିତ, ଜ୍ୟାକଲିନ୍ ବହୁତ ଭଲ ଭାବେ ଏହା ଜାଣିଛନ୍ତି। ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଖାସ୍ ଲୁକ୍ରେନଜର ଆସିଥାନ୍ତି। ମିସ୍ ଶ୍ରୀଲଙ୍କା ୟୁନିଭର୍ସ ଟାଇଟଲ ହାସଲ କରିଥିବା ଜ୍ୟାକଲିନଙ୍କ ସୌନ୍ଦର୍ଯ୍ୟ ଓ ସ୍ମାଇଲ୍ ସମସ୍ତଙ୍କ ହୃଦୟକୁ କିଣି ନେଇଥାଏ। ସବୁବେଳେ ଚେହେରାରେ ହସ ଖେଳି ଉଠୁଥିବା ଜ୍ୟାକଲିନ ସମସ୍ତଙ୍କୁ ଦୀୱାନା କରି ଦେଇଥାନ୍ତି।
ଇନ୍ଷ୍ଟାଗ୍ରାମ୍ରେ ଜ୍ୟାକଲିନଙ୍କ ସ୍ପୋର୍ଟି ଲୁକ୍ : ଜ୍ୟାକଲିନଙ୍କ କହିବାନୁସାରେ ଫିଟ୍ନେସ୍ ହିଁ ସବୁକିଛି। କାରଣ ବର୍ତ୍ତମାନ ସମୟରେ ସୌନ୍ଦର୍ଯ୍ୟର ଅର୍ଥ କେବଳ ଗୋରା ରଙ୍ଗ ନୁହେଁ। ଯେଉଁ ଲୋକମାନେ ନିଜକୁ ଫିଟ୍ ଓ ହେଲ୍ଦି ଅନୁଭବ କରନ୍ତି, ସେମାନେ ଏବେ ଅଧିକ ସୁନ୍ଦର। କାରଣ ସୌନ୍ଦର୍ଯ୍ୟ ଅନୁଭବ କରିବାର ଜିନିଷ। ଜ୍ୟାକଲିନ ସ୍ପୋର୍ଟି ଲୁକ୍ରେ କେତେ ଆରାମ ଅନୁଭବ କରନ୍ତି, ତାହା ତାଙ୍କ ଅଧିକାଂଶ ଫଟୋରୁ ଜଣାପଡ଼ିଥାଏ। ଲଗେଜ୍ ସହିତ ସ୍ପୋର୍ଟ ଶୁ’, ଜେଙ୍ଗିଙ୍ଗସ୍ ଓ ଫୁଲ୍ ସ୍ଲିଭ୍ସ ଲୁଜ୍ କ୍ରପ୍ ଟପ୍ରେ ଜ୍ୟାକଲିନ୍ଙ୍କ ଏୟାରପୋର୍ଟ ଲୁକ୍ ବହୁତ ଆକର୍ଷଣୀୟ ଥିଲା।
ଯୋଗ ଆଉଟ୍ଫିଟ୍ରେ ଜ୍ୟାକଲିନଙ୍କ ହଟ୍ ଲୁକ୍ : ଜିମ୍ ଓ ଯୋଗ ଆଉଟ୍ଫିଟ୍ରେ ଜ୍ୟାକଲିନ ବହୁତ ହଟ୍ ଦେଖାଯାଆନ୍ତି। ତାଙ୍କର ଏହି ହଟ୍ନେସ୍ର ଫଟୋ କ୍ଲିକ୍ କଲାବେଳେ ଜ୍ୟାକଲିନ୍ଙ୍କ ଚେହେରାରେ ସ୍ମାଇଲ୍ ଦେଖିବାକୁ ମିଳୁଥିଲା।
ରେଡି ଫର୍ ଆଉଟିଂ : ଡେନିମ୍ ଜିନ୍ସ ଓ ହାଫ୍ ସ୍ଲିଭ୍ ହାଇନେକ୍ ଟି-ଶାର୍ଟରେ ଜ୍ୟାକଲିନ ରେଡି ଫର୍ ଆଉଟିଂ ମୋଡ୍ରେ ନଜର ଆସୁଥିଲେ। ସନ୍ଗ୍ଲାସ୍ ଓ ସ୍ନିକର୍ସ ସହିତ ଜ୍ୟାକଲିନ ନିଜ ଲୁକ୍କୁ କମ୍ପ୍ଲିଟ୍ କରିଥିଲେ ଏଥିସହିତ ସେ ତାଙ୍କ କମ୍ଫର୍ଟକୁ ମଧ୍ୟ ଧ୍ୟାନ ଦେଇଥିଲେ। ଏହା ଆପଣଙ୍କ ଟ୍ରିପ୍ ପାଇଁ ପୂରାପୂରି ପରଫେକ୍ଟ।
ଲାଇଫ୍ ଇଜ୍ ଫୁଲ୍ ଅଫ୍ ସ୍ପୋର୍ଟସ୍ : ବାସ୍ତବରେ ଜୀବନରେ କିଛି ବି ପୂର୍ବରୁ ସ୍ଥିର ହୋଇ ନ ଥାଏ। ଯଦି ସ୍ଥିର ହୋଇଥାଏ, ତାହା ମଣିଷ ଜାଣି ନ ଥାଏ। କାରଣ ସମସ୍ତ ଖେଳ ଭଗବାନ ଖେଳିଥାନ୍ତି। ଜ୍ୟାକଲିନ ବ୍ଲାକ୍ ଏଣ୍ଡ ହ୍ବାଇଟ୍ ସ୍ପୋର୍ଟ ଡ୍ରେସ୍ ସହିତ ହ୍ବାଇଟ୍ ଓ ରେଡ୍ ଶୁ’ର କମ୍ଫର୍ଟକୁ ଉପଭୋଗ କରୁଥିବା ଦେଖିବାକୁ ମିଳୁଛି।


