ରୟାଲ୍ ଷ୍ଟାଗ୍ ବାରେଲ୍ ଲାର୍ଜ ସର୍ଟ ଫିଲ୍ମର ‘ନୱାବ’ ଚଳଚିତ୍ରର ମୁକ୍ତିଲାଭ

ରୟାଲ୍ ଷ୍ଟାଗ୍ ବାରେଲ୍ ସିଲେକ୍ଟ ଲାର୍ଜ ସର୍ଟ ଫିଲ୍ମ ର ଅବଦାନ ‘ନୱାବ’ ଚଳଚିତ୍ର ଏକ ଭାଙ୍ଗିପଡିଥିବା ମଣିଷର ଅଜଣା ସ୍ଥାନରୁ ପାଉଥିବା ସହାନୁଭୁତି ଉପରେ ଅଧାରିତ । ପ୍ରତିଭାବାନ ଲେଖିକା ମାନସି ଜୈନ ନିର୍ଦ୍ଦେଶିତ ଚଳଚ୍ଚିତ୍ର ରେ ଅପାରଶକ୍ତି ଖୁରାନା, ମଲ୍ଲୀକା ଦୁଆ ଓ ମାରିଆ ଗୋରେଟ୍ଟୀ ଏକ ଅପାରମ୍ପାରିକ ଭୁମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ‘ନୱାବ’ ର କାହାଣୀରେ ୪ ବର୍ଷର ବିବାହ ବନ୍ଧନ ପରେ ଜଣେ ପତ୍ନୀ ତାର ସ୍ୱାମୀ ଏବଂ ପୋଷା କୁକୁର କୁ ଛାଡି ଚାଲିଯାଇଛି । ନିଜକୁ ସମ୍ଭାଳିବାକୁ ଅସମର୍ଥ ପୁରୁଷ ଜଣକ ପୋଷା କୁକୁର କୁ ଛାଡି ଦେବାକୁ ମନସ୍ଥ କରିଥିଲେ ମଧ୍ୟ ଛାଡି ପାରୁନଥିଲେ ଏବଂ ଅବଶେଷରେ ତାହାକୁ ସାଥି ରୂପରେ ପାଇଛନ୍ତି ।
ଫିଲ୍ମ ସମ୍ବନ୍ଧ ରେ କଳାକାର ଅପାରଶକ୍ତି ଖୁରାନା କହିଛନ୍ତି, “ନୱାବ ଏକ ହୃଦୟ ସ୍ପର୍ଶୀ କାହାଣୀ ଯାହା ଜୀବନ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପ୍ରଦାନ କରିଛି । ଏହି ଚଳଚିତ୍ର ରେ ମାନସି ଙ୍କ ପରି ଲେଖିକା ଓ ନିର୍ଦ୍ଦେଶିକା ଙ୍କ ସହ କାମ କରି ଆତ୍ମ ସନ୍ତୋଷ ମିଳିଛି । ରୟାଲ୍ ଷ୍ଟାଗ୍ ବାରେଲ୍ ସିଲେକ୍ଟ ଲାର୍ଜ ସର୍ଟ ଫିଲ୍ମ ଭଳି ମଂଚ ସାଧାରଣ ମଣିଷ ଙ୍କ ଜୀବନ ଓ ସଂଘର୍ଷ ଉପରେ ଚଳଚିତ୍ର ବନାଉଛି । ଏହା ଖୁବ ଆଶ୍ୱାସନାର ବିଷୟ ଯେ, ନୱାବ ଫିଲ୍ମ ପେୟାର ଆୱାର୍ଡ ର କ୍ଷୁଦ୍ର ଚଳଚିତ୍ର ବର୍ଗ ପାଇଁ ମନୋନୀତ ହୋଇଛି । ମୋର ବିଶ୍ୱାସ ଆଗାମୀ ଦିନରେ ଆମେ ଏଥିରେ ସଫଳ ହୋଇପାରିବୁ ।”

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ