ଆମିଷ ଦୁର୍ଗନ୍ଧ ଦୂର କରିବାର ଉପାୟ

ଆମିଷ ଖାଇବାକୁ ପ୍ରାୟତଃ ସମସ୍ତେ ଭଲପାଆନ୍ତି । ହେଲେ ଆମେ ଯେଉଁ ପାତ୍ରରେ ଆମିଷ ରୋଷେଇ କରିଥାଉ କିମ୍ବା ଯେଉଁ ପ୍ଲେଟରେ ଖାଇଥାଉ ତା ବାସ୍ନା ଶୀଘ୍ର ଯାଇନଥାଏ । ଯଦ୍ୱାରା ବିରକ୍ତି ଲାଗିଥାଏ । ଆପଣ ମଧ୍ୟ ଏପରି ସମସ୍ୟାରେ ପଡ଼ିଥାଇପାରନ୍ତି । ହେଲେ ଚିନ୍ତା କରନ୍ତୁ ନାହିଁ ଆଜି ଏପରି କିଛି ଟିପ୍ସ ଦେବୁ ଅତି ସହଜରେ ଆପଣଙ୍କ ବାସନରୁ ବାସ୍ନା ଉଡ଼ିଯିବ । ଲେମ୍ବୁ: ବାସନରୁ ଆମିଷ ବାସ୍ନା ହଟାଇବା ପାଇଁ ଲେମ୍ବୁ ଚୋପା ଘୋଷନ୍ତୁ । ଏହା ପରେ ଏହାକୁ ୨୦ ମିନିଟ୍ ଛାଡ଼ି ଧୁଅନ୍ତୁ । ଆପଣ ଚାହିଁଲେ ଏକ କପଡ଼ାରେ ଲେମ୍ବୁ ରସ ମିଶାଇ ବାସନକୁ ସଫା ମଧ୍ୟ କରିପାରିବେ । ଭିନେଗାର: ଭିନେଗାର କେବଳ ବାସନର ମଇଳା ସଫା କରେ ନାହିଁ ଏହା ବାସନକୁ ଚକ୍ଚକ୍ ମଧ୍ୟ କରିଥାଏ । ଯଦି ଆପଣ ବାସନରୁ ବାସ୍ନା ହଟାଇବାକୁ ଚିନ୍ତା କରୁଛନ୍ତି ତେବେ ପ୍ରଥମେ ବାସନକୁ ହାଲୁକା ସାବୁନରେ ସଫା କରିଦିଅନ୍ତୁ । ଏହା ପରେ ବାସନରେ ଏକ ଚାମଚ ଭିନେଗାର ପକାଇ କିଛି ସମୟ ଛାଡ଼ିଦିଅନ୍ତୁ । ଆଉ ଧୋଇଦେବା ପରେ ଦେଖିବେ ଆମିଷ ବାସ୍ନା ପୂରା ଗାଏବ ହୋଇଯିବ । କମଳା ଚୋପା: ମାଛ ତରକାରୀ କରିଥିବା ବାସନରେ ଲେମ୍ବୁ କିମ୍ବା କମଳା ଚୋପାକୁ ପାଣିରେ ପକାଇ ଗରମ କରନ୍ତୁ । ଏହାକୁ ୩୦ ମିନିଟ୍ ରଖିବା ପରେ ସାବୁନରେ ଧୋଇ ଦିଅନ୍ତୁ । ଦେଖିବେ ସେହି ବାସନରୁ ବାସ୍ନା ପୂରା ଉଡ଼ିଯିବ । ସେଓ: ମାଛ ରୋଷେଇ କରିବା ପୂର୍ବରୁ ସେହି ବାସନରେ ସେଓର ଏକ ଖଣ୍ଡ ଘଷି ଦିଅନ୍ତୁ । ଏହା ଦ୍ୱାରା ଦୁର୍ଗନ୍ଧ ମରିଯିବ । ଡିସ୍ ୱାସ ସାବୁନ ବ୍ୟବହାର କରନ୍ତୁ: ବାସନରୁ ଆମିଷ ବାସ୍ନା ଦୂର କରିବା ପାଇଁ କିଛି ସମୟ ଗରମ ପାଣି ଏହାକୁ ଛାଡ଼ିଦିଅନ୍ତୁ । ଏହା ପରେ ଲିକ୍ୱିଟ୍ ସୋପ୍ରେ ଧୋଇଦିଅନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ