ଶହୀଦ ପ୍ରସନ୍ନ ସାହୁଙ୍କ ସ୍ମୃତି ସ୍ତମ୍ଭ ପାଇଁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବର ଦଖଲ ଉଚ୍ଛେଦ

ନାଉଗାଁ-:ଗତ ୧୪ ଫେବୃଆରୀ ୨୦୧୯ରେ ଜାମ୍ମୁକାଶ୍ମୀର ପୁଲୱାମା ଆକ୍ରମଣରେ ନାଉଗାଁ ବ୍ଳକସ୍ଥିତ ଶିଖର ପଂଚାୟତର ପାରିଶିଖର ଗ୍ରାମର ପ୍ରସନ୍ନ ସାହୁ ଶହୀଦ ହୋଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ଗ୍ରାମରେ ଏକ ସ୍ମୃତି ସ୍ତମ୍ଭ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରିବା ପାଇଁ ବ୍ଳକ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରଶାସନ ପକ୍ଷରୁ ଜଳ ସମ୍ପଦ ବିଭାଗ ଅଧୀନ ଦେବୀନଦୀ ପଠାରେ ଥିବା ୪୫ ଡିସିମିଲ ସ୍ଥାନରେ ସ୍ମୃତି ସ୍ତମ୍ଭ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରୁ ୪ଡିସିମିଲ ସ୍ଥାନରେ ଉକ୍ତ ଗ୍ରାମର ପ୍ରକାଶ ସ୍ୱାଇଁ, ଧୃବ ଚରଣ ସ୍ୱାଇଁ, ଅନାମ ଚରଣ ସ୍ୱାଇଁଙ୍କର ଗୁହାଳ ଘର ରହିଥିବା ବେଳେ ଗୋବିନ୍ଦ ଚରଣ ସ୍ୱାଇଁର ଏକ ଦୋକାନ ଗୃହ ରହିଥିଲା । ଉକ୍ତ ସ୍ଥାନକୁ ଖାଲି କରିବା ପାଇଁ ନାଉଗାଁ ତହସିଲ ପକ୍ଷରୁ ବାରମ୍ବାର ନୋଟିସ ପ୍ରଦାନ କରାଯାଇଥିଲା । କିନ୍ତୁ ଗୁହାଳ କରିଥିବା ୩ଜଣ ବ୍ୟକ୍ତି ସ୍ଥାନ ଖାଲି କରିଥିବା ବେଳେ ଦୋକାନ ଗୃହ କରିଥିବା ବ୍ୟକ୍ତି ସ୍ଥାନକୁ ଖାଲି କରିନଥିଲା । ତେଣୁ ଗୁରୁବାର ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶାନୁସାରେ ମାଜିଷ୍ଟ୍ରେଟ ଭାବେ ବାଲିକୁଦା ତହସିଲର ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ରାଉତ, ନାଉଗାଁ ଥାନାଧିକାରୀ ଗୋବର୍ଦ୍ଧନ ସାହୁ, ଶିଖର ରାଜସ୍ୱ ନିରୀକ୍ଷକ ପ୍ରକାଶ କୁମାର ସ୍ୱାଇଁ, ସୁପର ଭାଇଜର ବସନ୍ତ ଦାସଙ୍କ ଉପସ୍ଥିତିରେ ଜବରଦଖଲକୁ ଉଚ୍ଛେଦ କରାଯାଇଥିବା ନାଉଗାଁ ତହସିଲଦାର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ