ଭାଗବତ ସପ୍ତାହ ମହୋତ୍ସବ, ପବିତ୍ର ଭାଗବତ ହେଉଛି ପ୍ରତିଟି ଓଡିଆର ଜୀବନ ବେଦ
ନାଉଗାଁ-:ନୀତି ଆଦର୍ଶର ସହିତ ଧାର୍ମିକ ଜୀବନ ଜୀଇଁବାର ସମସ୍ତ କଳା ଓ ମଣିଷର ଚରମ ଲକ୍ଷ୍ୟ ମୁକ୍ତିର ମାର୍ଗ ପ୍ରର୍ଦଶନରେ ଆମ ଭାଗବତ ଗ୍ରନ୍ଥ ହେଉଛି ଏକ ଲୋକପ୍ରିୟ ଜିବନ ବେଦ ବୋଲି ନାଉଗାଁ ବ୍ଲକ ଗଂଗଦାସ୍ଥିତ ପାଇକସାହିରେ ଅଷ୍ଟମ ବାର୍ଷିକ ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞରେ ଓଡିଶାର ବରେଣ୍ୟ କଥାବାଚକ ବାବା ଦିବାକର ଦାସ ମହାରାଜ କହିବା ସହିତ ପ୍ରତ୍ୟେକ ମଣିଷ ଭାଗବତ ପଢି ନିଜ ଜୀବନକୁ ସୁନ୍ଦର ଓ ଶୃଙ୍ଖଳିତ କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ଏହି ପରିପେକ୍ଷୀରେ ସମାଜସେବୀ ବିଚିତ୍ର କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଶିକ୍ଷକ ସୁକାନ୍ତ କୁମାର ଲେଙ୍କାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ଧର୍ମାନନ୍ଦ ପରିଜା,ଜୀବନଜ୍ୟୋତି ଜେନା, ଆଲୋକ ସାହୁ, ଜ୍ୟୋତିଷ ବେହେରା, କୌଶିକ ଜେନା, ବାବୁ ପାଳଙ୍କ ସମେତ ଗ୍ରାମବାସୀମାନେ ପରିଚାଳନା କରୁଥିଲେ ।


