ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୂଖରେ ଅନଶନ

କେନ୍ଦ୍ରାପଡା – ଅଭିଯୁକ୍ତକୁ ଗିରଫ ଦାବିରେ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବାହ୍ନରେ ଜନୈକ ମହିଳା ତାଙ୍କ ପରିବାର ସହିତ ଅନଶନରେ ବସିଥିଲେ । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କୁହୁଡି ଗ୍ରାମର ବୈଷ୍ଣବ ବେହେରାଙ୍କ ପତ୍ନୀ ଖୁଲଣା ବେହେରା ସଦର ଥାନାରେ ଗତ ଜାନୁଆରୀ ମାସ ୨୦ତାରିଖରେ ଅଭିଯୋଗ କରିଥିଲେ ଯେ ସେହି ଗ୍ରାମର ଶୁକଦେବ ବେହେରାଙ୍କ ପୁଅ ଗୋଲେଖ ବେହେରା ତାଙ୍କ ଜମିହିଡକୁ ହାଣୁଥିବାର ଶୁଣି ତାଙ୍କ ୬୫ବର୍ଷ ବୟସର ସ୍ୱାମୀ ବୈଷ୍ଣବ ବିଲରେ ପହଁଚି ଦେଖିଲେ ଗୋଲେଖ ତାଙ୍କ ଜମି ହିଡ ହାଣୁଛି  ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ବୃଦ୍ଧ ବୈଷ୍ଣବଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଫଳରେ ବୈଷ୍ଣବ ଘଟଣାସ୍ଥଳରେ ବେହୋସ ହୋଇପଡିବାର ଖବର ପାଇ ତାଙ୍କ ପତ୍ନୀ ଖୁଲଣା ସେଠାରେ ପହଁଚିଥିଲେ । ଖୁଲଣାକୁ ଦେଖି ଅଭିଯୁକ୍ତ ଅତ୍ୟନ୍ତ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ସଦର ଥାନା ପୋଲିସ କେଶ ନମ୍ବର ୧୭/୨୦ରେ ଆଇ.ପି.ସି.ର ୪୪୭, ୩୪୧, ୨୯୪, ୩୨୩, ୩୦୭ ଓ ୫୦୬ ଦଫାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ପୂର୍ବରୁ ମଧ୍ୟ ଅଭିଯୁକ୍ତଙ୍କ ନାମରେ ୩୬୬/୧୯ରେ ଏକ ମାମଲା ରହିଥିବା ଅଭିଯୋଗକାରୀ ଉଲ୍ଲେଖ କରିଛନ୍ତି । କିନ୍ତୁ ପୋଲିସ ସଂପୃକ୍ତ ଅଭିଯୁକ୍ତକୁ ଗିରଫ ନକରିବାର ପ୍ରତିବାଦରେ ଖୁଲଣା ତାଙ୍କ ପରିବାର ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିରହିଥିଲେ । ଖବରପାଇ ସଦର ଥାନା ଅଧିକାରୀ ପ୍ରମୋଦ ମଲ୍ଲିକ ସେଠାରେ ପହଁଚି ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବାର ପ୍ରତିଶୃତି ଦେବାପରେ ଖୁଲଣା ଅନଶନ ପ୍ରତ୍ୟାହାର କରି ଘରକୁ ଫେରିଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ