ମମି ଦ୍ୱୀପ

ଇଟାଲୀର ସିସିଲିରେ ଏପରି ଏକ ଦ୍ୱୀପ ରହିଛି ଯେଉଁଠିକୁ ଯିବାକୁ ଲୋକେ ଡରିଥାନ୍ତି । କାପୁଚିନ୍‍ କେଟାକୋମ୍ବ ନାମକ ଏହି ସ୍ଥାନରେ ରହିଛି ୮ ହଜାରରୁ ଅଧିକ ମମି । ଭିତରକୁ ଏହା ଯେପରି ଭୟଙ୍କର, ଏଠାରେ ପହଞ୍ଚିବାର ରାସ୍ତା ମଧ୍ୟ ସେପରି ଦୁର୍ଗମ । ଅନ୍ଧାର ରାସ୍ତାରେ ଏହି ଅଞ୍ଚଳକୁ ଗଲାବେଳେ ଶବକୁ ଝୁଣ୍ଟିବାର ଆଶଙ୍କ ରହିଥାଏ । ପ୍ରକୃତରେ ଏହା ହେଉଛି ଏକ କବରସ୍ତାନ, ଯେଉଁଥିପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି । ମହିଳା, ପୁରୁଷ, ଶିଶୁ, କୁଆଁରୀ କନ୍ୟା, ସନ୍ଥ, ଶିକ୍ଷକ, ଡାକ୍ତର, ସୈନିକମାନଙ୍କ ପାଇଁ ସ୍ୱତନ୍ତ୍ର ବିଭାଗ ମଧ୍ୟ ଅଛି । ୧୮୮୦ ମସିହାରେ ଏହାକୁ ବନ୍ଦ କରାଯାଇଥିଲା । ତେବେ ଶବ ରହୁଥିବାରୁ ଆଖପାଖ ଲୋକ ଏହି ସ୍ଥାନକୁ ଯିବାକୁ ଭୟ କରନ୍ତି । ସେହି କାରଣରୁ ନିକଟସ୍ଥ ଗ୍ରାମ ଏବେ ମଧ୍ୟ ଖାଲିପଡ଼ିଛି । କିଛି ଲୋକଙ୍କ କହିବା କଥା ହେଉଛି, ଏଠାରେ ଥିବା କିଛି ଶବ ଆଜି ବି ଜୀବନ୍ତ । ଲୋକଙ୍କ ଭିତରେ ଏହି ଅଞ୍ଚଳକୁ ନେଇ ଏକ ଭୟର ବାତାବରଣ ରହିଛି । ତଥାପି ଅନେକ ଏହି ସ୍ଥାନକୁ ପରିଦର୍ଶନରେ ଆସିବାକୁ ପଛାଇ ନଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ