ପୌରପାଳିକାର ସଫେଇ ଠିକା ସଂସ୍ଥାକୁ ଅହେତୁକ ଅନୁକମ୍ପା, ସବୁ ଜାଣି ଚୁପ୍

ବାଲେଶ୍ୱର : ପୌରପାଳିକାର ଅନୈତିକ କାର୍ଯ୍ୟକୁ ପ୍ରତିବାଦ କରି ସଦର ବିଧାୟକ ମଦନ ମୋହନ ଦତ୍ତ ସାମ୍ବାଦିକ ସମ୍ମିଳନୀରେ ସଫେଇ ପାଇଁ ଦିଆଯାଇଥିବା ଠିକା ସଂସ୍ଥାକୁ ପ୍ରଶାସନର ଅହେତୁକ ଅନୁକା କେଉଁ ଉଦ୍ଦେଶ୍ୟରେ ବୋଲି ପ୍ରଶ୍ନ କରିଛନ୍ତି । କଟକ ସ୍ଥିତ ଦ୍ୱୟ ଠିକା ସଂସ୍ଥା ମୁ ଓ ସ୍ୱର୍ଣ୍ଣ ଦେବୀ ସର୍ଭିସେସ୍ ୬କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କାର୍ଯ୍ୟାଦେଶ ଚୁକ୍ତି ସମୟରେ ଲେବର ଲାଇସେନ୍‌ସ ପୈଠ କରିନଥିଲେ ତେଣୁ ଗତ ୨୫.୦୧.୨୦୨୦ ପତ୍ର ସଂଖ୍ୟା ୩୪୧ରେ ସଂପୃକ୍ତ ଠିକା ସଂସ୍ଥା୭ ଦିନ ମଧ୍ୟରେ ବାଲେଶ୍ୱର ଜୋନ୍‌ର ଲେବର ଲାଇସେନ୍‌ସ ପୈଠ କରିବା ପାଇଁ କହିଥିଲେ, ନଚେତ୍ ୮ଦିନରେ ଉକ୍ତ କାର୍ଯ୍ୟାଦେଶ ରବ୍ଦ କରିଦିଆଯିବ ବୋଲି ପୈାରପାଳିକା ଲିଖିତ ଭାବେ ଉଲ୍ଲେଖ କରିଛି । ମାତ୍ର କେଉଁ ଉଦ୍ଦେଶ୍ୟରେ ଆଜି ଯାଏଁ ତାହା କାର୍ଯ୍ୟକାରୀ ହୋଇ ନାହିଁ ଏବଂ ନିୟମ ଉଲ୍ଲଘଂନକାରୀ ସଂସ୍ଥା ବିରୁଦ୍ଧରେ କଣ ପାଇଁ ପ୍ରସାଶନ ନିରବ ଦ୍ରଷ୍ଟା ସାଜିଛି ବୋଲି ଶ୍ରୀ ଦତ୍ତ ପ୍ରଶ୍ନ କରିଥିଲେ । ଅପରପକ୍ଷରେ ପୌରପାଳିକାରେ ବର୍ଷ ବର୍ଷ ଧରି କାର୍ଯ୍ୟ କରୁଥିବା ୨୪୭ଜଣ ସଫେଇ କର୍ମଚାରୀଙ୍କୁ କାର୍ଯ୍ୟରେ ନଲଗାଇ ବାହାରୁ ଲୋକ ଆଣି ଜେଣେ ତେଣେ ପ୍ରକାରର କାର୍ଯ୍ୟ ସମ୍ପାଦନ କରୁଛି । ଏହାର ପ୍ରତିବାଦରେ ୨୪୭ଜଣ ସଫେଇ କର୍ମଚାରୀ ଅହୋରାତ୍ର ଧାରଣାରେ ବସିଛନ୍ତି କିନ୍ତୁ ପ୍ରଶାସନ ସବୁ ଦେଖି ନିଦାବିଷ୍ଣୁ ସାଜିଛି । ୩୩୦ ସଫେଇ କର୍ମଚାରୀ ଆବଶ୍ୟକ ଥିବା ସ୍ଥଳେ ନିୟମ ଅନୁଯାଇ ପୌରପାଳିକାର ମ।।ଷ୍ଟର ରୋଲ୍ ଦେଖି ସଫେଇ କର୍ମଚାରୀଙ୍କୁ କଣ ପାଇଁ କାର୍ଯ୍ୟରେ ନିୟୋଜିତ କରାଯାଉନାହିାଁ ତୁଳସି ଦୁଇ ପତ୍ରରୁ ବାସେ ଉପଖ୍ୟାନ ସ୍ୱରୂପ ସଫେଇ କାର୍ଯ୍ୟ ପାଇଁ ନିୟୋଜିତ ସଂସ୍ଥା କାର୍ଯ୍ୟ ଆରମ୍ଭ ଦିନଠୁଁ ହିଁ ନିୟମ ଉଲ୍ଲଘଂନ ଓ କର୍ମଚାରୀ ଅସନ୍ତୋଷରୁ ଆଗାମୀ ଦିନର ଭୟାଭୟ ପରିସ୍ଥିତି ବାରି ହୋଇ ପଡୁଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ନଗର ସଭାପତି ତଥା ପୂର୍ବତନ କାଉନସିଲର ଚିତ୍ତରନ ପଣ୍ଡା, ମୁନିସିପାଲଟିର ବିଧାୟକ ପ୍ରତିନିଧି ସୀତାକାନ୍ତ ସ୍ୱାଇଁ, ପୂର୍ବତନ କାଉନସିଲର ମିହିର ବାରିକ, ସୁଜିତ ଦେବ, ରାଧାକାନ୍ତ ଦାସ, ଅଜିତ ମିଶ୍ର, ଉପେନ୍ଦ୍ର ଶତପଥୀ, ସଂଯୁକ୍ତା ମହାପାତ୍ର, ଉମାକାନ୍ତ ମାଝୀ, ଜିଲ୍ଲା ମିଡିଆ ସଂଯୋଜକ ଗୌରାଙ୍ଗ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅରୁପ ଜେନା, ଦିପୁ ପିରି, ଧୀରଜ ମହାନ୍ତି, ଅନନ୍ତ ନାୟକ, ବିନୟ କୁମାର ମହାରଣା, ପବନ କମିଳା, ଶକ୍ତି ପାଣିଗ୍ରାହୀ, ସୌମ୍ୟରନ ଦାସ ଆଦି ଉପସ୍ଥିତ ରହି ଉକ୍ତ ସମ୍ମିଳନୀକୁ ସୁଚାରୁପୂପେ ସମ୍ପାଦନ କରିବାରେ ସାହାର୍ଯ୍ୟ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ