ଏଡିଆର ରିପୋର୍ଟ: ଜାଣନ୍ତୁ ମୁଖ୍ୟମନ୍ତ୍ରୀ ଧନୀ ନା’ ଗରୀବ, କେଉଁ ଦଳରେ କିଏ କୋଟିପତି ?

ଭୁବନେଶ୍ୱର (ଯୁଗାବ୍ଦ ନୁୃ୍ୟଜ) : ପ୍ରକାଶ ପାଇଲା ସମସ୍ତ ପର‌୍ୟ୍ୟାୟ ନିର୍ବାଚନର ଏଡିଆର ରିପୋର୍ଟ । ନିର୍ବାଚନ ଉପରେ ନଜର ରଖୁଥିବା ସଂସ୍ଥା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ଏବଂ ନ୍ୟାସନାଲ ଇଲେକ୍ସନ ଓ୍ଵାଚ ରାଜ୍ୟର ସମସ୍ତ ପର‌୍ୟ୍ୟାୟ ନିର୍ବାଚନରେ ଛିଡା ହୋଇଥିବା ପ୍ରାର୍ଥୀମାନଙ୍କ ସଂପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ ପ୍ରାର୍ଥୀମାନଙ୍କ ଅପରାଧିକ, ଆର୍ଥିକ, ଶିକ୍ଷାଗତ ଆଦି ପୃଷ୍ଠଭୂମି ଉପରେ ବିଶ୍ଳେଷଣ କରାଯାଇଛି । ରିପୋର୍ଟ ଅନୁସାରେ ସବୁଠୁ ଧନି ତାରିକାରେ ଅଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ବବି ମହାନ୍ତି, କଂଗ୍ରେସ ବିଧାୟକ ପ୍ରାର୍ଥୀ ନିରଂଜନ ପଟ୍ଟନାୟକ ଏବଂ ବିଜେଡି ସୁପ୍ରିମୋ ତଥା ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ । ଏଡିଆର ରିପୋର୍ଟ ଅନୁସାରେ ଧନୀ ବିଧାୟକ ପ୍ରାର୍ଥୀ ତାଲିକାରେ ଆଗରେ ରହିଛନ୍ତି କଂଗ୍ରେସର ଦୁଇ ବିଧାୟକ ପ୍ରାର୍ଥୀ । ତଥା ପିସିସି ସଭାପତି ତଥା କଂଗ୍ରେସର ଭଣ୍ଡାରୀ ପୋଖରୀ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ । ସେହିପରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବଡମ୍ବାର କଂଗ୍ରେସ ବିଧାୟକ ପ୍ରାର୍ଥୀ ବବି ମହାନ୍ତି । ତେବେ ତୃତୀୟ ସ୍ଥାନରେ ରହିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଭଳି ରାଜ୍ୟର ସମସ୍ତ ପର‌୍ୟ୍ୟାୟରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡିରେ ରହିଛନ୍ତି ସର୍ବାଧିକ ଧନୀ ପ୍ରାର୍ଥୀ । ବିଜେଡିରେ ୬୬ ପ୍ରତିଶତ ପ୍ରାର୍ଥୀ ରହିଛନ୍ତି କୋଟିପତି । ଦ୍ୱିତୀୟ ସ୍ଥାନରେ ରହିଛି କଂଗ୍ରେସ । କଂଗ୍ରେସରେ ୫୩ ପ୍ରତିଶତ ପ୍ରାର୍ଥୀ ହେଉଛନ୍ତି କୋଟିପତି । ସେହିପରି ତୃତୀୟ ସ୍ଥାନରେ ରହିଛି ଭାରତୀୟ ଜନତା ପାର୍ଟି । ବିଜେପିର ୫୨ ପ୍ରତିଶତ ପ୍ରାର୍ଥୀ ହେଉଛନ୍ତି କୋଟିପତି ।ତେବେ ୨୦୧୪ ଅପେକ୍ଷା ୨୦୧୯ରେ ନେତାଙ୍କ ଅପରାଧୀକ ମାମଲା ବୃଦ୍ଧି ପାଇଛି । ଗତ ନିର୍ବାଚନରେ ନେତାଙ୍କ ନାଁରେ ଅପରାଧିକ ମାମଲା ୨୩ ପ୍ରତିଶତ ରହିଥିବା ବେଳେ ଚଳିତ ନିର୍ବାଚନରେ ଏହା ବଢିକି ୩୦ ପ୍ରତିଶତ ହୋଇଛି । ତେବେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡିରେ ୪୦ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଥିବା ବେଳେ କଂଗ୍ରେସରେ ୪୬ ପ୍ରତିଶତ ଏବଂ ବିଜେପିରେ ସର୍ବାଧିକ ୫୯ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ରହିଛି ବିଭିନ୍ନ ଅପରାଧିକ ମାମଲା । ଅନ୍ୟପକ୍ଷରେ, ଚଳିତ ଥର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢୁଥିବା ନେତାଙ୍କ ମଧ୍ୟରୁ ୪୭୨ ଜଣ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ରହିଛି ପଂଚମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପାସ୍ । ସେହିପରି ୫୯୮ ଜଣ ପ୍ରାର୍ଥୀ ଉଚ୍ଚଶିକ୍ଷିତ ତଥା ତଦୁର୍ଦ୍ଧ ୮ ଜଣ ପ୍ରାର୍ଥୀ କେବଳ ସ୍ୱାକ୍ଷର ଅଛନ୍ତି । ତେବେ ବିଧାନସଭାରେ ବିଜୁ ଜନତା ଦଳ ସର୍ବାଧିକ ମହିଳା ପ୍ରାର୍ଥୀ ତଥା ୧୯ ଜଣ ମହିଳା ପ୍ରାର୍ଥୀ ମୈଦାନକୁ ଓହ୍ଲାଇଥିବା ବେଳେ କଂଗ୍ରେସ ୧୩ ଏବଂ ବିଜେପି ଦେଇଛି ୧୨ ଜଣ ମହିଳା ପ୍ରାର୍ଥୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ