ଗଜପତିର ଆଦିବାସୀ ନୃତ୍ୟ କନ୍ଧମାଳ ଉତ୍ସବରେ ଚମକିଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ଗଜପତି ଜିଲ୍ଲାର ପାରମ୍ପରିକ ଆଦିବାସୀ ନ>ତ୍ୟ ଓ ଗିତ କନ୍ଧମାଳ ଉତ୍ସବରେ ଲୋକଙ୍କୁ ବିଭୋର କରିବା ସହ ଚମକିଛି । ଏହାର ପରିବେଷଣରେ ଲୋକେ ନିଜକୁ ହଜାଇ ନୃତ୍ୟର ତାଳେ ତାଳେ ଝୁମିଥିଲେ । ପାରଳାଖେମୁଣ୍ଡି ବନ୍ଦେମାତରମ୍ ଅନୁଷ୍ଠାନର କଳାକାରମାନେ କନ୍ଧମାଳ ଜିଲାର କନ୍ଧମାଳ ଉତ୍ସବରେ ୨୫ଜଣ କଳାକାର ଯୋଗ ଯଦେଇ ପାରମ୍ପାରିକ ଶୈଳୀରେ ଆକର୍ଷକ ଢଙ୍ଗରେ ଆଦିବାସୀ ସଂଗୀତର ତାଳେ ତାଳେ ଆଦିବାସୀ ନୃତ୍ୟ ପରିବେଷଣ କରିଥିଲେ । ଉତ୍ସବର ଶେଷ ଦିନରେ ଶୀତୁଆ ସନ୍ଧ୍ୟା ହୋଇଥିଲେ ମଧ୍ୟ ଗଜପତିର ଏହି କଳାକାରମାନେ ନୃତ୍ୟ ପରିବେଷଣକରି ଦର୍ଶକମାନଙ୍କୁ ବାନ୍ଧି ରଖିବାରେ ସଫଳତା ହାସଲ କରିଥିବା ଜଣାପଡିଛି । ଗଜପତିର ବନ୍ଦେମାତରଂମ କଳାପରିଷଦ ପକ୍ଷରୁ ପ୍ରଶାନ୍ତ ପଟ୍ଟନାୟକ, ସତ୍ୟନାରାୟଣ ଆପଟ, କେ.ଶିବା, ବଳରାମ ସାହୁ, ଲୋକନାଥ ପଟ୍ଟନାୟକ ପ୍ରମୁଖଙ୍କ ସହ ପ୍ରାୟ ୨୫ଜଣ କଳାକାର ଏହି ଉତ୍ସବରେ ନୃତ୍ୟ ପରିବେଷଣ କରିଥିଲେ । ପୂର୍ବରୁ ମଧ୍ୟ ଏହି ବନ୍ଦେମାତରମ କଳାପରିଷଦର କଳାକାରମାନେ ଗଜପତି ଜିଲା ଏବଂ ଜିଲାବାହାରେ ଅନେକ ସାଂସ୍କୃତିକ କର୍ଯ୍ୟକ୍ରମରେ ଯୋଗଦେଇ ଏହିପରି ଭାବେ ଆକର୍ଷକ ଢଙ୍ଗରେ ନୃତ୍ୟ ପରିବେଷଣ କରି ଜିଲାପାଇଁ ଗୌରବ ଆଣିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ