ଶ୍ରୀ ବଳଦେବ ଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର
ବୁଗୁଡା – ବୁଗୁଡା ଶ୍ରୀ ବଳଦେବ ଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା କୌଶଳ ଶିକ୍ଷା ଦେବାପାଇଁ ୧୨ ଦିନିଆ ତାଲିମ ଶିବିର ଶନିବାର ଦିନରୁ ଆରମ୍ଭ ହୋଇଛି । ଏହି ତାଲିମ ଶିବିରକୁ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ମନୋଜ କୁମାର ସ୍ଵାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଅଧ୍ୟପାକ ବିଭୁତି ଭୂଷଣ ମିଶ୍ର ସମ୍ମାନିତ ଅତିଥି ଓ କ୍ରୀଡା ଅଧ୍ୟାପକ ସତ୍ୟଶ୍ରୀ କୁମାର ଜେନା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।ଏହି ତାଲିମ କାର୍ୟ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ଅନୁରାଧ ତ୍ରିପାଠୀ ସ୍ୱାଗତ ଭାଷଣ ସହ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। ମାଷ୍ଟର ଟ୍ରେନର ଭାବେ ଦିବ୍ୟାନୀ ସାହୁ,ପୂଜାରାଣୀ ପ୍ରଧାନ, ଚାନ୍ଦିନୀ ସାହୁ, ରଚନା ପ୍ରଧାନ ଓ ଚର୍ଚ୍ଚିତା ବିଷୋୟୀ ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା କୌଶଳ ବିଷୟରେ ତାଲିମ ପ୍ରଦାନ କରିଥିଲେ।