ପିଲାଙ୍କ ଖେଳନା ସାମଗ୍ରୀ କିଣାରେ ଦୁର୍ନୀତି ଅଭିଯୋଗ
ରାୟଗଡା,(ଯୁଗାବ୍ଦ ନ୍ୟୁଜ୍): ଗଜପତି ଜିଲ୍ଲା ରାୟଗଡା ବ୍ଲକ ଶିକ୍ଷା ବିଭାଗର ପିଲାଙ୍କ ପାଇଁ ଖେଳନା ସାମଗ୍ରୀ କିଣାରେ ଲକ୍ଷ ଲକ୍ଷ ଟଙ୍କାର ହେରଫେର ହୋଇଥିବା ଅଭିଯୋଗ ହୋଇଛି । ଏହି ଦୁର୍ନୀତିରେ ବଡ ବଡିଆ ମାନଙ୍କର ହାତ ରହିଥିବା ମଧ୍ୟ ସଂନ୍ଦେହ କରାଯାଉଛି । ଅନ୍ୟ ପଟେ ପିଲାଙ୍କ ପାଇଁ ଖେଳନା ସାମଗ୍ରୀ ଓ କିଣିବା ସକାଶେ ସ୍କୁଲକୁ ଟଙ୍କା ଆସିଥିଲା ଖେଳନା କିଣିବାକୁ ନିର୍ଦେଶ ବି ହୋଇଥିଲା । କିନ୍ତୁ କିଛି ଅସାଧୁ ଶିକ୍ଷକ ମିଟିଂ କରି ନାରାୟଣପୁର ଠାରେ ଥିବା ବିଦ୍ୟାଳୟରେ ସମସ୍ତେ ନେଇଯିବା ପରେ ସମସ୍ତଙ୍କୁ ଚେକ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ପିଲାମାନଙ୍କ ପାଇଁ ଖେଳନା ସାମଗ୍ରୀ ଶସ୍ତା କ୍ୱାଲିଟିର ଆସିଥିବା ବେଳେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛିି । ଜିଲ୍ଳା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗଙ୍କ ସହ ଆମ ରିପୋର୍ଟର ଯୋଗାଯୋଗ କରିଥିବା ବେଳେ ସେ ଏହି ବିଷୟରେ ଅବଗତ ଅଛନ୍ତି ଦୁଇଦିନ ଭିତରେ ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି । ଅନ୍ୟ ପଟେ ୨୩ ତାରିଖରେ ପ୍ରକାଶିତ ହୋଇଥିବା ବେଳେ ତଦନ୍ତ ପ୍ରକ୍ରିୟା ଆଜି ପର୍ଯ୍ୟନ୍ତ ହୋଇନଥ୍ôବା ବେଳେ ଏଥିରେ ବଡ ବଡିଆଙ୍କ ସଂପୃକ୍ତ ଥିବା ଅନୁମାନ କରାଯାଉଛି । ଉପଯୁକ୍ତ ତଦନ୍ତ କରାଗଲେ ଖେଳନା କ୍ରୟରେ ଦୁର୍ନୀତି କରିଥିବା ବଡ ବଡିଆ ମୁଣ୍ଡ ଗୁଡିକ ଧରାପଡିବ ବୋଲି ଅଂଚଳବାସୀ ଆଶା ପ୍ରକଟ କରିଛନ୍ତି ।


