ନବ ଦମ୍ପତିଙ୍କ ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
ନବରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): ନବରଙ୍ଗପୁର ଜିଲ୍ଳା ଉମରକୋଟ ଥାନା ଅନ୍ତର୍ଗତ ଗେଟଗୁଡା ନିକଟସ୍ଥ ଜଙ୍ଗଲରେ ଥିବା ଅସ୍ଥାୟୀ କୁଡିଆ ମଧ୍ୟରୁ ଶନିବାର ନବ ଦମ୍ପତିଙ୍କ ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି । ହତ୍ୟା ନା ଆତ୍ମହତ୍ୟା ତାହାର କାରଣ ଅସ୍ପଷ୍ଟ ରହିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଦଶମତ ଭତ୍ରାଙ୍କ ସାନ ପୁଅ ଓ ବୋହୁ ପରିବାର ସହ ଶୋଇଥିଲେ । ଶନିବାର ସକାଳେ ନିଦରୁ ଉଠି ପୁଅ ବୋହୁକୁ ନପାଇ ପୁଅ ବୋହୁ ଜମିକୁ ଯାଇଥିବେ ଭାବି ମା ଜୟନ୍ତି ଦୁହିଁଙ୍କ ପାଇଁ ଚା ଧରି ଆସିିଥିବା ବେଳେ ସେମାନଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ । ପୁଅ ନିତ୍ୟା ଭତ୍ରା ଇଟା ଭାଟିରେ କାମ କରୁଥିବା ବେଳେ ସେ ଦୀର୍ଘ ୧ ବର୍ଷ ତଳେ ବୈଦିକ ରିତିନୀତିରେ ରୀନା ଗଣ୍ଡକୁ ବିବାହ କରିଥିଲେ । ସଂସାର ବି ବହୁତ ହସ ଖୁସିରେ ଚାଲିଥିଲା । ତେବେ ବେକରେ ରଶି ଲାଗିଥିବା ବେଳେ ସେମାନେ କାହିଁକି ଆତ୍ମହତ୍ୟା କଲେ ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ । ଏହା ଏକ ହତ୍ୟା ନା ଆତ୍ମହତ୍ୟା । ଖବର ପାଇ ଆଇଆଇସି ଉମେଶ ଚନ୍ଦ୍ର ସାହୁ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦରେ ପଞ୍ଚନାମା ନିମନ୍ତେ ପଠାଯାଇଛି ।