ଚୀନରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା – ଡିଜିସିଏ

ନୂଆଦିଲ୍ଲୀ:- ଚୀନରୁ ବ୍ୟାପିଥିବା ‘କରୋନା’ ଭୂତାଣୁ ଏବେ ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପିବାରେ ଲାଗିଛି । ଚୀନରେ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇ ୮୧୧ ଜଣଙ୍କ ମୃତ୍ୟୁ ଘଟି ସାରିଛି। ୩୭ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ନିକଟରେ ଚୀନରୁ କେରଳ ଫେରିଥିବା ୩ ଭାରତୀୟ କରୋନାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି। ତେଣୁ ଏହାକୁ ରୋକିବା ଲାଗି ଚୀନରୁ ଭାରତ ଆସୁଥିବା ବିଦେଶୀ ନାଗରିକଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏ ନେଇ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ(ଡିଜିସିଏ) ପକ୍ଷରୁ ଏକ ଆଦେଶ ଜାରି ହୋଇଛି। ଚୀନରୁ ଆସୁଥିବା ବିଦେଶୀଙ୍କୁ ଭାରତରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ଡିଜିସିଏ ଆଦେଶରେ କହିଛି। ଡିଜିସିଏ ପକ୍ଷରୁ କୁହାଯାଇଛି ଯେ, ଯେଉଁ ବ୍ୟକ୍ତିମାନେ ୨୦୨୦ ଜାନୁୟାରୀ ୧୫ ଏବଂ ଏହାର ପରେ ଚୀନ ଯାଇଛନ୍ତି, ସେମାନେ ଭାରତ ଆସିବାକୁ ଚାହୁଁଥିଲେ ପ୍ରବେଶ ଅନୁମତି ଦିଆଯିବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ